ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କୁ ମିଳିଲା Z ବର୍ଗ ସୁରକ୍ଷା

ନୂଆଦିଲ୍ଲୀ,୧୨।୧୦:ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କୁ ମିଳିଲା Z ବର୍ଗ ସୁରକ୍ଷା|କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିବା ଖବର ଆସି ପହଞ୍ଚିଛି । ପୂର୍ବରୁ ଜୟଶଙ୍କରଙ୍କ ସୁରକ୍ଷା Y ବର୍ଗରେ ଥିବା ବେଳେ ଏବେ ତାଙ୍କର ସୁରକ୍ଷାକୁ Z ବର୍ଗରେ ବୃଦ୍ଧି କରାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି । ଜୟଶଙ୍କରଙ୍କ ସୁରକ୍ଷା ପାଇଁ Z ବର୍ଗର ୩୬ ଜଣ CRPF କମାଣ୍ଡୋ ନିୟୋଜିତ ହେବେ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷାକୁ Y ରୁ Z କୁ ବଦଳାଇବାର କାରଣ ତାଙ୍କ ପ୍ରତି ବିପଦ ରହିଛି । ଜାରି କରାଯାଇଥିବା ରିପୋର୍ଟରେ ତାଙ୍କ ପ୍ରତି ବିପଦ ଥିବା କୁହାଯାଉଛି। ଏଜେନ୍ସିର ରିପୋର୍ଟ ପରେ ଗୃହ ମନ୍ତ୍ରଣାଳୟ ଏହି ବଡ ପଦକ୍ଷେପ ନେଇଛି। Y ବର୍ଗରୁ ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷାକୁ Z ବର୍ଗରେ ବୃଦ୍ଧି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!