ନୂଆଦିଲ୍ଲୀ,୧୨।୧୦:ଭାରତ-ଇଂଲଣ୍ତ ମ୍ୟାଚ ଦେଖିବେ ଇଂଲଣ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ । ଆସନ୍ତା 29 ରେ ଲକ୍ଷ୍ନୌରେ ଖେଳାଯିବ ଭାରତ ଓ ଇଂଲଣ୍ତ ମଧ୍ୟରେ ବିଶ୍ବକପ ମ୍ୟାଚ । ଅକ୍ଟୋବର ଶେଷରେ ଋଷି ସୁନକଙ୍କର ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି । ସୁନକଙ୍କର ଭାରତ ଗସ୍ତ ଚୂଡାନ୍ତ ହୁଏ ତେବେ ସେ ଲକ୍ଷ୍ନୌରେ ଭାରତ-ଇଂଲଣ୍ତ ମ୍ୟାଚ ଦେଖି ପାରନ୍ତି ବୋଲି ସୂଚନା ମିଳିଛି । ତେବେ ଏନେଇ କିଛି ଚୂଡାନ୍ତ ସୂଚନା ମିଳି ପାରିନାହିଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଲକ୍ଷ୍ନୌସ୍ଥିତ ‘ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା’ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳା ଯିବାକୁ ଥିବା ଭାରତ-ଇଂଲଣ୍ଡ୍ କ୍ରିକେଟ୍ ମ୍ୟାଚ୍ ଦେଖି ପାରନ୍ତି ବୋଲି ‘ଟାଇମସ୍ ନାଓ’ ରିପୋର୍ଟ କରିଛି। ଅକ୍ଟୋବର ୨୯ ତାରିଖ ଦିନ ଏହି ମ୍ୟାଚ୍ ଖେଳାଯିବା ପାଇଁ ସମୟ-ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି।ଭାରତ ଓ ଇଂଲଣ୍ଡ ମଧ୍ୟରେ ‘ମୁକ୍ତ ବାଣିଜ୍ୟ ରାଜିନାମା’ ଓ ଅନ୍ୟାନ୍ୟ ଦ୍ବିପାକ୍ଷିକ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ନିମନ୍ତେ ଚଳିତ ମାସ ଶେଷ ଆଡ଼କୁ ସୁନକ ଭାରତ ଗସ୍ତରେ ଆସିବାକୁ ଯୋଜନା କରୁଛନ୍ତି। ସେଥିପାଇଁ ଅକ୍ଟୋବର ୨୮ ତାରିଖ ଦିନ ଋଷି ସୁନକ ଭାରତ ଗସ୍ତରେ ଆସି ପାରନ୍ତି ବୋଲି ‘ଟାଇମ୍ସ୍ ଅଫ୍ ଇଣ୍ଡିଆ’ ରିପୋର୍ଟ କରିଛି।ସୂଚନା ଅନୁସାରେ ଆମଦାନୀ ଶୁଳ୍କ ଉପରେ ରିହାତି ସମସ୍ୟା ଓ ଭାରତ-ଇଂଲଣ୍ତ ବାଣିଜ୍ୟିକ ଆଲୋଚନା ପାଇଁ ସୁନକ ଭାରତ ଆସୁଛନ୍ତି । ଆମଦାନୀ ଶୁକ୍ଲ ଉପରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ଉଦ୍ୟମ ଚାଲିଛି । ସୁନକଙ୍କ ଗସ୍ତ ନିମନ୍ତେ ବାଣିଜ୍ୟ ଚୁକ୍ତି ଚୂଡାନ୍ତ ହୋଇନଥିଲେ ମଧ୍ୟ ଏହା ଆଲୋଚନାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।ଶେଷ ଥର ପାଇଁ ଜି20 ସମିଟ୍ ବେଳେ ଇଂଲଣ୍ତ ପ୍ରଧାନମନ୍ତ୍ରୀ ଭାରତ ଆସିଥିଲେ । ଏହି ସମୟରେ ଭାରତ ଓ ଇଂଲଣ୍ତ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ଉପରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |