‘ଅପରେସନ୍ ଅଜୟ’ରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ

ନୂଆଦିଲ୍ଲୀ,୧୩ା୧୦: ‘ଅପରେସନ୍ ଅଜୟ’ରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ । ପ୍ରଥମ ବ୍ୟାଚରେ ଆଜି ସକାଳୁ ୨୧୨ ଭାରତୀୟ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଇସ୍ରାଏଲ୍‌ରୁ ଆସିଥିବା ଭାରତୀୟମାନଙ୍କୁ ସ୍ବାଗତ ଜଣାଇଥିଲେ।ଯୁଦ୍ଧର ଘମାଘୋଟ ଭିତରେ ‘ଅପରେସନ୍ ଅଜୟ’ ଜରିଆରେ ସ୍ୱଦେଶ ଫେରିଛନ୍ତି ପ୍ରଥମ ବ୍ୟାଚ୍‌ ଭାରତୀୟ। ପ୍ରଥମ ବ୍ୟାଚରେ ଇସ୍ରାଏଲରୁ ଭାରତ ଫେରିଛନ୍ତି ୨୧୨ ଜଣ ଭାରତୀୟ । ଅପରେସନ୍ ଅଜୟର ପ୍ରଥମ ବ୍ୟାଚରେ ୨୧୨ ଜଣ ଭାରତୀୟଙ୍କୁ ଇସ୍ରାଏଲରୁ ଉଦ୍ଧାର କରି ଭାରତ ଅଣାଯାଇଛି। ଗତ ରାତି ୯ଟାରେ ଏକ ସ୍ୱତନ୍ତ୍ର ଚାର୍ଟର ବିମାନ ବେନ୍ ଗୁରିଅନ୍ ଏୟାରପୋର୍ଟରୁ ଉଡ଼ିବା ଆରମ୍ଭ କରିଥିଲା। ଏହା ଆଜି ସକାଳୁ ଭାରତରେ ଅବତରଣ କରିଛି।  କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏୟାରପୋର୍ଟରେ ଉପସ୍ଥିତ ରହି ଭାରତ ଫେରିଥିବା ନାଗରିକଙ୍କୁ ସ୍ୱାଗତ ଜଣାଇଛନ୍ତି। ପ୍ରଥମ ବ୍ୟାଚ୍‌ରେ ଫେରିଥିବା ଭାରତୀୟଙ୍କ ମଧ୍ୟରେ ୨୧୧ ବୟସ୍କ ଓ ଜଣେ ଶିଶୁ ଥିବା ଜଣାଯାଇଛି।  ଅପରେସନ୍ ଅଜୟରେ ସ୍ୱଦେଶ ଫେରିବାକୁ ଇଚ୍ଛୁକ ଭାରତୀୟଙ୍କ ଲାଗି ଇସ୍ରାଏଲରୁ ମାଗଣାରେ ଚାର୍ଟର ଫ୍ଲାଇଟ ଓ ଅନ୍ୟ ବନ୍ଦୋବସ୍ତ କରିଛନ୍ତି କେନ୍ଦ୍ର ସରକାର । ସେପଟେ ତେଲ୍-ଅଭିଭ୍ ଓ ରାମାଲାରେ ସହାୟତା ଓ ପଞ୍ଜୀକରଣ ବ୍ୟବସ୍ଥା ହୋଇଥିବା ବେଳେ ଦିଲ୍ଲୀରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍ । ସୂଚନା ଅନୁସାରେ, ଇସ୍ରାଏଲରେ ପ୍ରାୟ ୧୮ରୁ ୨୦ ହଜାର ଭାରତୀୟ ରହୁଥିବା ବେଳେ, ସେମାନଙ୍କ ମଧ୍ୟରୁ ପ୍ରାୟ ୧୪ ହଜାର ଲୋକ ଇସ୍ରାଏଲୀ ବୟୋବୃଦ୍ଧଙ୍କ କେୟାର ଗିଭର୍ ଭାବେ କାର୍ଯ୍ୟ କରନ୍ତି। ଅନ୍ୟମାନେ ମୁଖ୍ୟତଃ ହୀରା ବ୍ୟବସାୟୀ, ଆଇଟି ପ୍ରଫେସନାଲ୍ ଓ ଡାକ୍ତରୀ ଛାତ୍ରଛାତ୍ରୀ। ସୁରକ୍ଷିତ ଭାବେ ଇସ୍ରାଏଲରୁ ନିଜ ଦେଶକୁ ଫେରିଥିବା  ଭାରତୀୟ କେନ୍ଦ୍ର ସରକାରଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!