୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ CBI କବଜାରେ ଡାକ୍ତର

 ଜଗତସିଂହପୁର ,୧୩।୧୦: ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ CBI କବଜାରେ ଡାକ୍ତର| କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ ଧରିଛି ଧରିଛି ସିବିଆଇା ପାରାଦୀପ ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଟ୍ରାପ୍ କରିଛି ସିବିଆଇ। ଜାହାଜର କ୍ରିଉ ମେମ୍ବରଙ୍କୁ କୋଭିଡ କ୍ଲିୟରାନ୍ସ ସାର୍ଟିଫିକେଟ ଦେବା ପାଇଁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ତାଙ୍କ ବିରୋଧରେ ରହିଛି । ଏପରିକି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ରେଡ୍ ହାଣ୍ଡେଡ୍ ଧରା ଯାଇଛିା ଆଉ ରେଡ୍ ପରେ ସିବିଆଇ ଅଧିକାରୀଙ୍କ ହୋସ୍ ଉଡ଼ି ଯାଇଛି  |ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ସହ ଫରେନ କରେନ୍ସି ଜବତ କରାଯାଇଛି। ଏହାସହରାଜେନ୍ଦ୍ରଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ସିବିଆଇକୁ ମିଳିଛି। ଯାହାକୁ ଦେଖି ତାଜୁବ ହୋଇଯାଇଛନ୍ତି ସିବିଆଇ ଅଧିକାରୀ। ଆଜିବି ରାଜେନ୍ଦ୍ରଙ୍କୁ ମରାଥନ୍‌ ଜେରା କରୁଛି ସିବିଆଇ। ଜାହାଜର କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଆର୍‌.ଏନ୍ ପାଣିଗ୍ରାହୀ ଉକ୍ତ ଶିପିଂ ଏଜେଣ୍ଟଙ୍କୁ ମାଗିଥିଲେ ଲକ୍ଷେରୁ ଅଧିକ ଟଙ୍କା। ୭୦ ଜଣ କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଜଣ ପିଛା ୧୫୦୦ ଟଙ୍କା ଲେଖାଏଁ ଦେବାକୁ କହିଥିଲେ।ଗତକାଲି ଅପରାହ୍ନରୁ ରାତି ତମାମ୍ ଚଢ଼ାଉ ଜାରି ରହିବା ସହ ତୁହାକୁ ତୁହା ଜେରା କରିଛନ୍ତି ସିବିଆଇ ଅଧିକାରୀ। ପାରାଦୀପର ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ମିଳିଛି । ବିଛଣା ତଳୁ, ଲାଟ୍ରିନ ଘରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଡଲାର ମିଳିଛି । ପାରାଦୀପ ଭୂୟାଁ ଛକରେ ଥିବା ତାଙ୍କ ଅଫିସ୍ ସମେତ ଜେବି କଲୋନୀରେ ଥିବା କ୍ବାର୍ଟର, ହାଉସିଂ ବୋର୍ଡ କଲୋନୀରେ ଥିବା ଭଡ଼ା ଘରେ ମଧ୍ୟ ଚଢ଼ାଉ ହୋଇଛି । ପାରାଦୀପ ବ୍ୟତୀତ ବାଲେଶ୍ୱର ଓ କଟକରେ ଥିବା ଘରେ ମଧ୍ୟ ସିବିଆଇ ଚଢ଼ାଉ କରି ଅପର୍ଯ୍ୟାପ୍ତ ଟଙ୍କା ସୁନା ଅଳଙ୍କାର ଜବତ କରିଥିବା ସୂଚନା ମିଳିଛି। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡ ଡିସ୍କ ସିବିଆଇ ଜବତ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!