ନୂଆଦିଲ୍ଲୀ,୧୩।୧୦: ଜି-୨୦ ଶିଖର ସମ୍ମିଳନୀକୁ ସଫଳତାର ସହ ଅୟୋଜନ କରିବା ପରେ ଭାରତ ଏହି କ୍ରମରେ ଅନ୍ୟ ଏକ ଉପଲବ୍ଧି ହାସଲ କରିବାକୁ ଯାଉଛି । ରାଜଧାନୀ ଦିଲ୍ଲୀରେ ପି-୨୦ ସମ୍ମିଳନୀ ଅୟୋଜିତ ହେଉଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଗ ନେବେ ।ଆଜି ନବମ ଜି-20 ସଂସଦୀୟ ବାଚସ୍ପତି ସମ୍ମିଳନୀ (ପି-20)କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପୂର୍ବାହ୍ନ ପ୍ରାୟ 11ଟାରେ ନୂଆଦିଲ୍ଲୀର ଯଶୋଭୂମିରେ ଏହାକୁ ଉଦଘାଟନ କରିବେ ମୋଦି । ଭାରତର ଜି-୨୦ ଅଧ୍ୟକ୍ଷତାର ବ୍ୟାପକ ଢାଞ୍ଚାରେ ଭାରତୀୟ ସଂସଦ ଏହି ଶିଖର ସମ୍ମିଳନୀ ଆୟୋଜନ କରୁଛି । ଯାହାର ଥିମ ରହିଛି “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ପାଇଁ ସଂସଦ”। ଏହି କାର୍ଯ୍ୟକ୍ରମରେ ଜି-୨୦ ସଦସ୍ୟ ଏବଂ ଆମନ୍ତ୍ରିତ ଦେଶର ସଂସଦର ବାଚସ୍ପତିମାନେ ଯୋଗ ଦେବେ । ପ୍ରଥମ ଥର ପାଇଁ ପାନ୍-ଆଫ୍ରିକା ସଂସଦ ପି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବ । ଏହି ଶିଖର ସମ୍ମିଳନୀରେ ମୁଖ୍ୟତଃ 4 ଟି ଦିଗ ଉପରେ ଆଲୋଚନା ହେବ । ଯଥା-ସାର୍ବଜନୀନ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଲୋକଙ୍କ ଜୀବନରେ ପରିବର୍ତ୍ତନ; ମହିଳାଙ୍କ ନେତୃତ୍ବ ଭିତ୍ତିକ ବିକାଶ; ଏସଡିଜିକୁ ତ୍ୱରାନ୍ୱିତ କରିବା; ଏବଂ ଦୀର୍ଘସ୍ଥାୟୀ ଶକ୍ତି ରୂପାନ୍ତରଣ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |