ମହାଶୂନ୍ୟକୁ ପ୍ରଥମ ଟେଷ୍ଟ ଫ୍ଲାଇଟ୍ ପଠାଇବ ଇସ୍ରୋ

ନୂଆଦିଲ୍ଲୀ: ,୧୩।୧୦: ଅକ୍ଟୋବର ୨୧ରେ ‘ଗଗନଯାନ’ର ହେବ ପରୀକ୍ଷାମୂଳକ ଉଡ଼ାଣ । ଇସ୍ରୋ ଦ୍ବାରା ପ୍ରସ୍ତୁତ କ୍ରୁ ମଡ୍ୟୁଲକୁ ମହାକାଶକୁ ପଠାଯିବ । ମହାଶୂନ୍ୟକୁ ପ୍ରଥମ ଟେଷ୍ଟ ଫ୍ଲାଇଟ୍ ପଠାଇବ ଇସ୍ରୋ । ଏନେଇ ବିଜ୍ଞାନ ଏବଂ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଇସ୍ରୋ ପକ୍ଷରୁ ମଧ୍ୟ ଟ୍ବିଟ୍‌ କରି ଏହାର ଫଟୋ ସେୟାର କରାଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଟେଷ୍ଟ ଭେଇକିଲ୍‌ ଡେଭଲପମେଣ୍ଟ ଫ୍ଲାଇଟ୍ ଟିଭି-ଡି୧କୁ ଉତକ୍ଷେପଣ କରାଯିବ । ତେବେ ଏହି ଟେଷ୍ଟରେ କ୍ରୁ ମଡ୍ୟୁଲକୁ ଆଉଟର ସ୍ପେସରେ ଲଞ୍ଚ୍ କରାଯିବା ସହ ପୃଥିବୀକୁ ଫେରାଇଆଣିବା ଏବଂ ବଙ୍ଗୋପସାଗରରେ ଅବତରଣ କରିବା ପରେ ଏହାକୁ ପୁନରୁଦ୍ଧାର କରିବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ନୌସେନାର ଯବାନମାନେ ମଡ୍ୟୁଲକୁ ଉଦ୍ଧାର କରିବା ପାଇଁ ମକ୍ ଡ୍ରିଲ୍‌ ମଧ୍ୟ ଆରମ୍ଭ କରି ସାରିଛନ୍ତି । ତେବେ ମାନବଯୁକ୍ତ ‘ଗଗନାୟନ’ ଅଭିଯାନ ପୂର୍ବରୁ ଆସନ୍ତା ବର୍ଷ ଏକ ପରୀକ୍ଷାମୂଳକ ଉଡ଼ାଣ ହେବ । ଯେଉଁଥିରେ ମହିଳା ରୋବଟ୍ ମହାକାଶଚାରୀ ‘ବ୍ୟୋମମିତ୍ର’କୁ ମହାକାଶକୁ ପଠାଇବ ଇସ୍ରୋ । ‘ଗଗନଯାନ’  ମିଶନରେ ମହାକାଶଚାରୀଙ୍କୁ ୪୦୦ କିଲୋମିଟର କକ୍ଷପଥକୁ ଉତକ୍ଷେପଣ କରାଯିବ । ଏହାପରେ ଭାରତୀୟ ସମୁଦ୍ର ଜଳରେ ଅବତରଣ କରାଇ ସେମାନଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଫେରାଇ ଆଣିବାକୁ ଯୋଜନା ରଖିଛି ଇସ୍ରୋ । ଅଭିଯାନ ସଫଳ ହେଲେ ଏଭଳି କରିବାରେ ଭାରତ ହେବ ବିଶ୍ବର ଚତୁର୍ଥ ଦେଶ । ଏଥିପାଇଁ ବ୍ୟୟ ବରାଦ ହୋଇଛି ୧୦ ହଜାର କୋଟି ଟଙ୍କା । ୭ ଦିନ ପାଇଁ ୩ ଭାରତୀୟ ଯିବେ ମହାକାଶ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!