ତେଲ୍ ଆଭିଭ୍ ୧୩।୧୦: : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୁଦ୍ଧରେ ବଳି ପଡ଼ୁଛନ୍ତି ନିରୀହ ଶିଶୁ। କାହା ଶରୀରରୁ ମୁଣ୍ଡ ଅଲଗା ହୋଇଛି ତ କାହା ଶରୀରରୁ ଅତି ବୀଭତ୍ସ ଭାବ କ୍ଷତାକ୍ତ କରି ତା’ ଜୀବନ ନେଇଛନ୍ତି ହମାସ ଆତଙ୍କବାଦୀ। ଅସାଧାରଣ ପଦକ୍ଷେପ ଗ୍ରହଣ କରି ଗୁରୁବାର ଦିନ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ହମାସ୍ ଦାନବମାନେ ହତ୍ୟା କରି ପୋଡ଼ି ଦେଇଥିବା କଅଁଳା ପିଲାମାନଙ୍କର ବୀଭତ୍ସ ଫଟୋ ସାମ୍ବାଦିକ ଓ ଜନସାଧାଣଙ୍କୁ ଦେଖାଇବା ଲାଗି ରିଲିଜ୍ କରିଛି।ଇସ୍ରାଏଲ ଗସ୍ତରେ ଥିବା ଆମେରିକୀୟ ଅଧିକାରୀ ଆଣ୍ଟୋନୀ ବ୍ଲିନକେନ୍ଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏପରି କରୁଣ କାହାଣୀ ବୟାନ କରୁଥିବା ଫଟୋ ତାଙ୍କୁ ଦେଖାଇଥିବା ଜଣାଯାଇଛି।ଉକ୍ତ ଫଟୋରେ କେଉଁ ଶିଶୁର ମୁଣ୍ଡ ଅଲଗା ହୋଇ ଯାଇଛି ତ କାହାର କୁନି ଶରୀରରେ ରହିଛି ବର୍ବରତାର ଅସଂଖ୍ୟ ଚିହ୍ନ । ଏନେଇ ନେତାନ୍ୟାହୁଙ୍କ ଅଫିସ୍ ପକ୍ଷରୁ ଟ୍ୱିଟରରେ କିଛି ଫଟୋ ପୋଷ୍ଟ କରାଯାଇ ହମସାର ବର୍ବର କାଣ୍ଡକୁ ଦୁନିଆ ସମ୍ମୁଖକୁ ଅଣାଯାଇଛି। ୧.୨ ନିୟୁତ ଅନୁଗାମୀ ଥିବା ଇସ୍ରାଏଲ୍ ସରକାରଙ୍କ ‘ଏକ୍ସ୍’ ଆକାଉଣ୍ଟ୍ରେ ନିହତ କଅଁଳା ପିଲାମାନଙ୍କର ଫଟୋ ସେୟାର୍ କରାଯାଇଛି। ଶନିବାର ଦିନ ଅତର୍କିତ ଆକ୍ରମଣ ସମୟରେ ହମାସ୍ ଆତଙ୍କବାଦୀମାନେ ଏହି କଅଁଳା ପିଲାମାନଙ୍କୁ ହତ୍ୟା କରି ପୋଡ଼ି ପକାଇଥିଲେ। ଏହା ହେଉଛି ସେହି ପିଲାମାନଙ୍କର ପୋଡ଼ି ଅଙ୍ଗାର ହୋଇଯାଇଥିବା ଶବ।ଇସ୍ରାଏଲ ସେନା ଦ୍ୱାରା ହମାସ ଆକ୍ରମଣର ଶିକାର ହୋଇ ସବୁ ଦିନ ପାଇଁ ଆଖି ବୁଜି ସାରିଥିବା ୪୦ ଶିଶୁଙ୍କ ଶରୀରକୁ ଉଦ୍ଧାର କରାଯାଇଛି। ଯୁଦ୍ଧର ଏପରି ଘୃଣ୍ୟ ଚିତ୍ର ପୂର୍ବରୁ କେହି ଦେଖି ନ ଥିବା ବେଳେ ଶିଶୁଙ୍କ ଉପରେ ଏପରି ଆକ୍ରମଣ କେଉଁଠି କେବେ ଘଟି ନ ଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି।ଶିଶୁଙ୍କ ଉପରେ ଏପରି ଆକ୍ରମଣ ବର୍ବର କାଣ୍ଡର ନମୁନା ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତକାଲି ଗଣମାଧ୍ୟମକୁ କହିବା ସହ ଏଥିରେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |