ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତଛିଟା

ପୁରୀ ,୩।୧୦:   ଶ୍ରୀମନ୍ଦିରରେ ପୁଣି ରକ୍ତଛିଟା ପଡ଼ିଛି। ଆଜି ଅପରାହ୍‌ଣରେ ଗର୍ଭଗୃହ ଭିତରେ ଦ୍ବିପ୍ରହର ଧୂପ ବସିଥିବା ବ‌େଳେ ଏହି ଅଭାବନୀୟ ପରସ୍ଥିତି ଦେଖିବାକୁ ମିଳିଛି। ପତ୍ରୀ ବଡୁ ଓ ପଖାଳିଆ ‌ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଏହି ଭୟଙ୍କର ସ୍ଥିତି ଉପୁଜିଛି।ଶ୍ରୀମନ୍ଦିରରେ ବହୁ ସମୟରେ ବିଭିନ୍ନ ଅଘଟଣମାନ ସାମ୍ନାକୁ ଆସିଛି । କେତେବେଳେ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ବାକ୍ ବିତଣ୍ଡାରୁ ଗଣ୍ଡଗୋଳ ପୁଣି କେତେବେଳେ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳର ଚିତ୍ର ଦେଖିବାକୁ ମିଳିଛି । ବହୁ ସମୟରେ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳକୁ ନେଇ ଜଗନ୍ନାଥଙ୍କୁ ଉପବାସ ବି ରହିବାକୁ ପଡିଛି । ଆଜି ପୁଣି ଶ୍ରୀମନ୍ଦିର ଗର୍ଭଗୃହ ମଧ୍ୟରେ ଘଟିଛି ଅଘଟଣ ।ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ପଡ଼ିଲା ରକ୍ତଛିଟା। ପସରାଉଠା କର୍ମଚାରୀ ଓ ଜଣେ ସେବାୟତଙ୍କ ମଧ୍ୟରେ ମାରପିଟ୍‌ରୁ ଗର୍ଭଗୃହରେ ପଡ଼ିଲା ରକ୍ତଛିଟା। ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ନୀତି ବଢ଼ିଛି।ପସରାଉଠା କର୍ମଚାରୀ ଓ ଉକ୍ତ ସେବାୟତଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ସିଂହଦ୍ବାର ପୁଲିସ।ଦୁଇ ସେବାୟତଙ୍କ ମଧ୍ୟରେ ମାରପିଟ୍ ଘଟି ଗର୍ଭଗୃହରେ ପଡିଛି ରକ୍ତଛିଟା । ମନ୍ଦିରର ପସରାଉଠା କର୍ମଚାରୀ ଓ ଅନ୍ୟ ଜଣେ ସେବାୟତଙ୍କ ମଧ୍ୟରେ ଘଟିଥିଲା ଏହି ମାରପିଟ୍ । ମାରପିଟ୍ ରକ୍ତାକ୍ତ ରୂପ ନେଇଥିଲା । ଫଳରେ ଗର୍ଭଗୃହରେ ପଡିଥିଲା ରକ୍ତଛିଟା । ଏହି କାରଣରୁ ଗର୍ଭଗୃହକୁ ଶୁଦ୍ଧ କରାଯିବା ସହ ମହାପ୍ରଭୂଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଏବେ ଉଭୟ ସେବାୟତଙ୍କୁ ସିଂହଦ୍ୱାର ପୋଲିସର ପଚରାଉଚୁରା ଜାରି ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!