ସେପ୍ଟେମ୍ବରରେ ଶୁବମନ ଗିଲ୍‌ ଶ୍ରେଷ୍ଠ କ୍ରିକେଟର

ନୂଆଦିଲ୍ଲୀ,୧୩।୧୦: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ୍‌ ମ୍ୟାଚ ପୂର୍ବରୁ ଶୁବମନ ଗିଲ୍‌ ଆଇସିସି ପୁରସ୍କାର ନିଜ ନାଁରେ କରିଛନ୍ତି। ସେପ୍ଟେମ୍ବର ମାସର ଶ୍ରେଷ୍ଠ ପୁରୁଷ କ୍ରିକେଟର ଭାବେ ତାଙ୍କୁ ମନୋନୀତ କରାଯାଇଛି। ସେପ୍ଟେମ୍ବରରେ ଦିନିକିଆ ହାରାହାରି ୮୦ରେ ୪୮୦ ରନ ସ୍କୋର କରି ଏହି ରେକର୍ଡ କରିଛନ୍ତି। ଗିଲ୍‌ଙ୍କ ବ୍ୟତୀତ ମହମ୍ମଦ ସିରାଜ ଏବଂ ଡେଭିଡ ମାଲାନ ମଧ୍ୟ ଏହି ପୁରସ୍କାର ପାଇବା ପାଇଁ ଦୌଡ଼ରେ ଥିଲେ, କିନ୍ତୁ ଶେଷରେ ଗିଲ୍‌ ବାଜି ମାରିନେଇଛନ୍ତି। ଏହି ପୁରସ୍କାର ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ତାଙ୍କ ଆତ୍ମବିଶ୍ୱାସ ବଢାଇବ। ଡେଙ୍ଗୁ ଜ୍ୱର ଯୋଗୁ ଭାରତ ପାଇଁ ଚଳିତ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳି ନଥିବା ଓପନର ଶୁବମନ ଗିଲଙ୍କୁ ମିଳିଛି ବଡ଼ ପୁରସ୍କାର। ତାଙ୍କୁ ଆଇସିସି ସେପ୍ଟେମ୍ବର ମାସ ପାଇଁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରିଛି। ଶୁକ୍ରବାର ଆଇସି ପକ୍ଷରୁ ଏ ସମ୍ପର୍କରେ ଘୋଷଣା କରାଯାଇଛି। ସେପ୍ଟେମ୍ବର ମାସରେ ଗିଲ୍‌ ଦିନିକିଆରେ ଭାରତ ପାଇଁ ୮୦ ହାରରେ ୪୮୦ ରନ କରିଥିଲେ। ତେଣୁ ତାଙ୍କୁ ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଏହି ରେସ୍‌ରେ ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ଇଂଲଣ୍ଡରନ ଓପନର ଡାୱିଡ ମଲାନ ରହିଥିଲେ। କିନ୍ତୁ ସେମାନଙ୍କୁ ପଛରେ ପକାଇ ଗିଲ୍‌ ବାଜି ମାରି ନେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!