‘ଲୋକଙ୍କ ଜନଜୀବନ ସହିତ ଜଡ଼ିତ ରହିଛନ୍ତି ନବୀନ’-ମନ୍ତ୍ରୀ ପ୍ରତାପ ଦେବ

ରାଜକନିକାରେ ବିଜେଡ଼ିର ବିଶାଳ ଜନସମ୍ପର୍କ ପଦଯାତ୍ରା

ରାଜକନିକା,୧୩/୧୦:ନାଚଗୀତ, ବାଣ ରୋଶଣୀ ସାଙ୍ଗକୁ ନବୀନ ଜୟ ଜୟକାରରେ ଆଜି କମ୍ପିଉଠିଥିଲା ରାଜକନିକା ବ୍ଲକ୍‌ର ଓଳାଭର ମାର୍କେଟ୍ । ଯେଉଁ ଆଡ଼େ ଚାହିଁବେ ଖାଲି ବିଜେଡ଼ି ପତାକାମୟ । ଜନଗହଳିସ ।ଙ୍ଗକୁ ରାସ୍ତାଘାଟ ସବୁ ଜାମ୍ । ପ୍ରତି ପଞ୍ଚାୟତରୁ ଛୁଟି ଆସିଥିଲେ ଦଳୀୟ କର୍ମକର୍ତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ଲୋକମାନଙ୍କ ଜନ ଜୀବନ ସହିତ ଜଡ଼ିତ ରହିଛନ୍ତି । ସରକାରଙ୍କର ସବୁ ଜନହିତକର ଯୋଜନା ଆଜି ଗରିବ ଲୋକମାନଙ୍କ ମୁହଁରେ ହସ ଫୁଟାଇପାରୁଛି । ବିଜୁ ଜନତା ଦଳର ବିକଳ୍ପ ନାହିଁ ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ରାଜକନିକା ଛଦେଶ-କୋଠସାହିସ୍ଥିତ ଦୂର୍ଗାମନ୍ଦିର ପରିସରରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରାର ସାଧାରଣ ସଭାରେ ମତବ୍ୟକ୍ତ କରିଛନ୍ତି । ବିଜୁ ଜନତା ଦଳର ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶୁକ୍ରବାର ଆଳି ନିର୍ବାଚନ ମଣ୍ଡଳୀର ରାଜକନିକା ବ୍ଲକ୍ ବିଜେଡ଼ି ପକ୍ଷରୁ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜକନିକା ବ୍ଲକ୍ ଦେଉଳସାହିର ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଓଳାଭର ଗାଁ, ପାତୁଳି, ଓଳାଭର ବଜାର, ନୂଆପାଟଣା, ବଳରାମପୁର, ଛଦେଶ କୋଠସାହି ପରିକ୍ରମା କରି ମା’ଦୁର୍ଗାଙ୍କ ମନ୍ଦିର ପରିସରରେ ପହଞ୍ଚିଥିଲେ । ଜନସଂପର୍କ ପଦଯାତ୍ରା ପରେ ସାଧାରଣ ସଭାରେ ମନ୍ତ୍ରୀଶ୍ରୀଦେବ କହିଥିଲେଯେ, ରାଜକନିକାର ବିକାଶ ମୋର ଏକ ମାତ୍ର ଲକ୍ଷ୍ୟ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ପାନୀୟ ଜଳ ଯୋଗାଣରେ ପ୍ରତି ପଞ୍ଚାୟତର ଲୋକେ ଉପକୃତ ହେଉଛନ୍ତି । ମିଶନ ଶକ୍ତି ଦ୍ୱାରା ମା’ମାନେ ଆଜି ଆତ୍ମନିର୍ଭରଶୀଳ । ଆଳି ଏବଂ ରାଜକନିକା ବ୍ଲକ୍‌ର ଜନସାଧାରଣଙ୍କ ସେବା କରିବା ମୋର ଏକ ମାତ୍ର ଲକ୍ଷ୍ୟ ରହିଛି । ବିଜେଡ଼ି ଦଳ ଏବଂ ମୁଁ ପ୍ରତିଟି ଜନସାଧାରଣଙ୍କ ଉତ୍ତରଦାୟିତ୍ୱ ନେଇଥିବା ନେଇ ମତବ୍ୟକ୍ତ କରିଥିଲେ । ବିଧାୟକଙ୍କ ପ୍ରତିନିଧି ବରିଷ୍ଠ ବିଜେଡ଼ି ନେତା ବିକାଶ ଚନ୍ଦ୍ର ଦାସ, ପଞ୍ଚାୟତ ସମିତିର ଅଧ୍ୟକ୍ଷା ମିନତୀ ରାଉତ, ଉପାଧ୍ୟକ୍ଷ ତନ୍ନୟ ରଞ୍ଜନ ଦାସ, ରାଜକନିକା ବ୍ଳକ୍ ବିଜେଡ଼ି ସଭାପତି ବିଦ୍ୟାଧର ବେହେରା, ଆଳି ବ୍ଳକ୍ ବିଜେଡ଼ି ସଭାପତି ସନାତନ ମିଶ୍ର, ଆଳି ବ୍ଳକ୍ ପଞ୍ଚାୟତ ସମିତିର ଅଧ୍ୟକ୍ଷ ମନୋରଞ୍ଜନ ସାମଲ, ବିଜେଡ଼ି ଯୁବନେତା ଆର୍ତ୍ତତ୍ରାଣ ରାଉତ, ବଳରାମପୁର ସରପଞ୍ଚ ସ୍ୱର୍ଣ୍ଣଲତା ବେହୁରିଆ,ସାଂସଦଙ୍କ ପ୍ରତିନିଧି ପବିତ୍ର ରାଉତ, ଜିଲାପରିଷଦ ସଭ୍ୟ ପ୍ରତାପ ବେହେରା, ଜିଲା ପରିଷଦ ସଭ୍ୟା ପ୍ରବୀଣା ଦାସ ଏବଂ ଜିଲାପରିଷଦ ସଭ୍ୟା ଅନିତା ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ବିଶାଳ ଜନ ସମ୍ପର୍କ ପଦଯାତ୍ରାରେ ହଜାର ହଜାର ମହିଳାଙ୍କ ସହିତ ଯୁବ, ଛାତ୍ର ବିଜେଡ଼ି ଦଳର ଛାମୁଆ କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଏହା ସହିତ ୨୯ଟି ଗ୍ରାମ ପଞ୍ଚାୟତର ବିଜେଡ଼ିର ସମର୍ଥିତ ସରପଞ୍ଚ, ସମିତି ସଭ୍ୟସଭ୍ୟାଙ୍କ ସହିତ ପଞ୍ଚାୟତ ସଂପାଦକ, ସଭାପତି ଏବଂ ଦଳୀୟ ସଂଗଠକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଜନସଂପର୍କ ସାଧାରଣ ସଭାରେ ୩୦ ଜଣ ପୁରୁଖା ବିଜେଡ଼ି କର୍ମୀମାନଙ୍କୁ ମାନପତ୍ର, ଉତ୍ତରୀୟ ଏବଂ ପୁଷ୍ପଗୁଛ ପ୍ରଦାନ କରି ମନ୍ତ୍ରୀଶ୍ରୀଦେବ ସମ୍ବର୍ଦ୍ଧିତ କରିଥିଲେ ।

janasampark padajayatra Rajkanika 2

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!