ଆଜି ଭାରତ-ପାକିସ୍ତାନ ମୁକାବିଲା

ଅହମଦାବାଦ,୧୪ା୧୦ : ଆଜି ବିଶ୍ୱକପ କ୍ରିକେଟରେ ମୁହାଁ ମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ।   ମୋଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ  ଆଜି ଦୁଇ ଚିର ପ୍ରତିଦ୍ବଦ୍ବୀ ଭାରତ ଓ ପାକିସ୍ତାନ ବିଶ୍ବକପ୍‌ ମୁକାବିଲାରେ ପରସ୍ପରକୁ ଭେଟିବେ। ଅପରାହ୍ଣ ୨ଟାରେ ଏହି ମହାମୁକାବିଲା ଆରମ୍ଭ ହେବ। ଏଥିପାଇଁ ସଂପୂର୍ଣ୍ଣ ଅହମଦାବାଦ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ମ୍ୟାଚ୍‌ର ୪୮ ଘଣ୍ଟା ପୂର୍ବରୁ ପାକିସ୍ତାନ ଏଠାକାର ପିଚ୍‌ ଓ ପଡ଼ିଆକୁ ଅନୁଧ୍ୟାନ କରିସାରିଥିଲା ବେଳେ ଭାରତ ଶୁକ୍ରବାର ସନ୍ଧ୍ୟାରେ ହାଲ୍‌କା ଅଭ୍ୟାସ କରିଛି।  ଭାରତ ବିପକ୍ଷରେ ଦିନିକିଆ କ୍ରିକେଟରେ ପାକିସ୍ତାନର ରେକର୍ଡ ଭଲ ହୋଇଥିଲେ ମଧ୍ୟ ଦିନିକିଆ ବିଶ୍ୱକପରେ ୭ ଥର ମୁକାବିଲାରେ ଥରେ ଜିତିନାହିଁ । ଏହା ପୁଣି ଅହମଦାବାଦରେ ଦେଖିବାକୁ ମିଳିବ ବୋଲି ସମର୍ଥକ ଆଶା ରଖିଛନ୍ତି । ବିଶ୍ୱକପରେ ୭ ଟି ମୁକାବିଲାରୁ ୭ ଟିରେ ଜିତିବା, ଅନ୍ୟ ଆଇସିସି ଟୁର୍ଣ୍ଣାମେଣ୍ଟରେ ପ୍ରଭାବ ବିସ୍ତାର କରିଥିବାରୁ ଭାରତ ଅଷ୍ଟମ ମୁକାବିଲାରେ ମଧ୍ୟ ବିଜୟ ହେବ ବୋଲି ଆଶା କରାଯାଉଛି । ପାକିସ୍ତାନ ଟିମ୍‌ରେ ସାହିନ ଶାହ ଆଫ୍ରିଦ, ହାରିଶ ରୌଫ ଏବଂ ହାସନ ଅଲ୍ଲୀଙ୍କ ଭଳି ବୋଲର ଥିବା ବେଳେ ଭାରତ ପାଖରେ ରୋହିତ, ବିରାଟ କୋହଲି, ରାହୁଲଙ୍କ ଭଳି ବ୍ୟାଟର୍ସ ବି ଅଛନ୍ତି। ତେଣୁ ବିଶ୍ୱକପରେ ଏ ପର୍ଯ଼୍ୟନ୍ତ ଅନବିଟେନ ଥିବା ଟିମଇଣ୍ଡିଆ ନିଜ ରେକର୍ଡକୁ କାଏମ ରଖି ପାରୁଛି ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର। ହେଲେ ବି ଲଢେଇ ତ ଜୋରଦାର ହେବ ଏଥିରେ କୌଣସି ସନ୍ଦେହ ନାହିଁ । ଭାରତ ସପକ୍ଷରେ ସର୍ବାଧିକ ସ୍କୋର ୩୩୬ ଥିବା ବେଳେ ପାକିସ୍ତାନର ସର୍ବାଧିକ ସ୍କୋର ୨୭୩ ରହିଛି। ସେହିପରି ପାକିସ୍ତାନର ସର୍ବନିମ୍ନ ସ୍କୋର ଭାରତ ବିପକ୍ଷରେ ୧୭୩। ଭାରତର ସର୍ବନିମ୍ନ ସ୍କୋର ୨୧୬।ଏସିଆ କପରେ ପାକିସ୍ତାନକୁ ଭାରତୀୟ ଟିମ ପରାଜିତ କରିଥିବାରୁ ଖେଳାଳିଙ୍କ ମନୋବଳ ସୁଦୃଢ ରହିଛି। ଚଳିତ ବିଶ୍ୱକପରେ ଭାରତୀୟ ଟିମ୍‌ ନମ୍ବର ୱାନ୍‌ ଟିମ୍‌ ହୋଇଥିବା ବେଳେ ପ୍ରଦର୍ଶନ ମଧ୍ୟ ଦମଦାର ରହିଛି । କପ୍ତାନ ହିଟମ୍ୟାନ ବି ଫର୍ମରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଫ୍ଲପ ହେଲା ପରେ ବି ଜବରଦସ୍ତ କମବ୍ୟାକ କରି ଆଫଗାନିସ୍ତାନ ମ୍ୟାଚରେ ସେ ନିଜ କମାଲ ଦେଖାଇ ଦେଇଛନ୍ତି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!