କମିସନରେଟ ପୋଲିସ ହାତରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର, ୧୪।୧୦:କମିସନରେଟ ପୋଲିସ ହାତରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ସବୁଦିନ ମାୟା ଜାଲ ବିଛାଉଥିବା ଲେଡୀ କୁଇନ୍ ମୁସ୍କାନ୍ ଓରଫ ସରିଫା ଖାତୁନ ଶେଷରେ ପୋଲିସ୍ ଜାଲରେ ଛନ୍ଦି ହୋଇପଡିଛି । ତେବେ ଏହି ଲେଡୀ କୁଇନଙ୍କ କାରନାମା ବିଷୟରେ ଆପଣ ଜାଣିଲେ ଚକିତ ହୋଇପଡିବେ । ଏହି ସୁନ୍ଦରୀ ଲେଡୀ କୁଇନ୍ ମୁସ୍କାନର ଅଧୀନରେ ଚାଲିଥିଲା ଲଣ୍ଡା ଗ୍ୟାଙ୍ଗ |ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଲେଡିକୁଇନ୍ ମୁସ୍କାନ ଓରଫ ସରିଫା ଖାତୁନ । ମୁଷ୍କାନ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓ ନୟାଗଡର ସାନ ଲଣ୍ଡାକୁ ନେଇ ମୁଷ୍କାନ ଚଳାଇଥିଲା ଷ୍ଟେସନ ନିକଟରେ ଓ ବସ ଷ୍ଟାଣ୍ଡରେ ନିଶାଦିଆ ଲୁଟେରା ଗ୍ୟାଙ୍ଗ । ଏମାନଙ୍କ ଠାରୁ ବିଭିନ୍ନ ନିଶା ବଟିକା, କ୍ଲୋରୋଫୋର କାର୍ବନ ଜବତ କରାଯାଇଛି ।ଏହି ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ଛୁଟିରେ ଟ୍ରେନରେ ଆସୁଥିବା ଆର୍ମି ଯବାନ । ଯବାନମାନେ ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କୁ ନିଜର ସୁନ୍ଦରତାରେ ଆକର୍ଷିତ କରେ ମୁସ୍କାନ । ପରେ ଚା’ ପିଇବା କହି ସେଥିରେ ନିଶା ବଟିକା ଦେଇ ଅଚେତ୍ କରି ଦେଉଥିଲା । ତା’ପରେ ସେମାନଙ୍କୁ ଲୁଟିବା ପରେ ଷ୍ଟେସନ ନିକଟ କୌଣସି ଗଳିରେ ଫୋପାଡି ଦେଇ ଚାଲି ଯାଉଥିଲା । ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କ ନାମରେ ଏକାଧିକ ଥାନାରେ ୧୦ରୁ ଅଧିକ ମାମଲା ରହିଛି । ଏମାନଙ୍କୁ ତଡି ପାର କରିବା ପାଇଁ ପ୍ରସ୍ତୁତ ହେଉଛି କମିଶନରେଟ୍ ପୋଲିସ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!