ନୂଆଦିଲ୍ଲୀ,୧୪।୧୦:ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏୟାର ଇଣ୍ଡିଆ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆ ଅକ୍ଟୋବର ୧୮ ପର୍ଯ୍ୟନ୍ତ ତେଲ ଆଭିବକୁ ନିଜର ସମସ୍ତ ବିମାନକୁ ବାତିଲ କରିଛି। ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ ଏୟାରଲାଇନ୍ସ ଜରୁରୀ ଆବଶ୍ୟକତା ଆଧାରରେ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଚାର୍ଟର୍ଡ ବିମାନ ଚଳାଚଳ କରିବ। ଶନିବାର ଇସ୍ରାଏଲ ଉପରେ ହୋଇଥିବା ହମାସ ଆତଙ୍କବାଦୀ ସଂଗଠନର ଆକ୍ରମଣ ଏବଂ ଏହାର ଜବାବରେ ଇସ୍ରାଏଲର ଯୁଦ୍ଧ ଘୋଷଣାକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହି ଆକ୍ରମଣରେ ବର୍ତ୍ତମାନ ଅନେକ ଜଣଙ୍କ ମୃତ୍ୟ ହୋଇସାରିଥିବା ବେଳେ ସ୍ଥିତି ଆହୁରି ଭୟଙ୍କର ହେବାକୁ ଯାଉଛି । ଗାଜା ସହରକୁ ଘେରାବନ୍ଦୀ କରିବାକୁ ଇସ୍ରାଏଲ ଆକ୍ରମଣକୁ ଜୋରଦାର କରିଥିବା ବେଳେ ବିପକ୍ଷ ହମାସ ହାର ମାନିବାକୁ ପ୍ରସ୍ତୁତ ନାହିଁ ।ଏହି ଯୁଦ୍ଧ କେବେ ଶେଷ ହେବ ଓ କେମିତି ଏହାର ସମାଧାନ ବାଟ ବାହାରିବ ତାହା କାହାରିକୁ ବି ଜଣା ନାହିଁ । ତେବେ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଇସ୍ରାଏଲକୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି । ଇସ୍ରାଏଲର ରାଜଧାନୀ ତେଲ ଆଭିବକୁ ଯାଉଥିବା ସମସ୍ତ ବିମାନ ଉଡ଼ାଣ ଅକ୍ଟୋବର ୧୮ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ ଏୟାରଲାଇନ୍ସ ଜରୁରୀ ଆବଶ୍ୟକତା ଆଧାରରେ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଚାର୍ଟର୍ଡ ବିମାନ ଚଳାଚଳ କରିବ।ଏହା ପୂର୍ବରୁ ଏୟାର ଇଣ୍ଡିଆ ଇସ୍ରାଏଲର ଅର୍ଥନୈତିକ କେନ୍ଦ୍ର ତେଲ ଅଭିବରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ବିମାନ ଚଳାଚଳ କୁ ସ୍ଥଗିତ ରଖିଥିଲା । ଏୟାର ଇଣ୍ଡିଆ ସାଧାରଣତଃ ନୂଆଦିଲ୍ଲୀରୁ ତେଲ ଅଭିଭକୁ ସପ୍ତାହକୁ ପାଞ୍ଚଟି ବିମାନ ଚଳାଚଳ କରିଥାଏ। ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଏହି ସେବା ଚାଲିଥାଏ। ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଥିବା ‘ଅପରେସନ ଅଜୟ’ ଅଧୀନରେ ଏୟାରଲାଇନ୍ସ ଦୁଇଟି ବିମାନ ଚଳାଚଳ କରିଛି।ଅପରେସନ ଅଜୟ’ ଅଧୀନରେ ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ଭାରତୀୟ ଇସ୍ରାଏଲରୁ ସ୍ୱଦେଶ ଫେରିଛନ୍ତି। ଶୁକ୍ରବାର ୨୩୫ ଜଣ ଭାରତୀୟନାଗରିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଦିଲ୍ଲୀରେ ଅବତରଣ କରିଥିଲା। ଏହି ସମୟରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜକୁମାର ରଞ୍ଜନ ସିଂହ ସେମାନଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |