ବିଶ୍ୱକପ-୨୦୨୩ରେ ଭାରତର ହାଟ୍ରିକ ବିଜୟ

ଅହମଦାବାଦ,୧୪।୧୦ :  ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ପରେ ପାକିସ୍ତାନକୁ ବି ମାତ୍ ଦେଇଛି ଟିମ ଇଣ୍ଡିଆ । ଭାରତୀୟ ବୋଲରଙ୍କ କମାଲ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଦମଦାର ଅର୍ଦ୍ଧଶତକ ଭାରତକୁ ଏକ ସହଜ ବିଜୟ ଭେଟି ଦେଇଛି । ରୋହିତଙ୍କ ଏହି ରେକର୍ଡ ବ୍ରେକିଙ୍ଗ ଅର୍ଦ୍ଧଶତକ ଭାରତକୁ ବିଶ୍ୱକପର ତୃତୀୟ ଲଗାତାର ବିଜୟ ହାସଲ କରିଛି ଭାରତ । ପାକିସ୍ତାନର ୧୯୨ ରନ ଟାର୍ଗେଟକୁ ପିଛା କରି ମାତ୍ର ୩୦ ଓଭରରେ ବିଜୟ ହାସଲ କରିଛି ରୋହିତ ସେନା । ଅଧିନାୟକ ରୋହିତଙ୍କ ବ୍ୟତୀତ ଷ୍ଟାର ବ୍ୟାଟର ଶ୍ରେୟସ ଆୟର ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି ।ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ବିଶ୍ୱକପ ୨୦୨୩ର ୧୨ତମ ମ୍ୟାଚରେ ଭାରତ ପାକିସ୍ତାନକୁ ୭ ଓ୍ବିକେଟରେ ପରାଜିତ କରିଛି।ସାରା ବିଶ୍ୱର ନଜର ଏହି ମ୍ୟାଚ ଉପରେ ଥିବା ବେଳେ ଷ୍ଟାଡିୟମରେ ୧.୨ ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ଥିଲେ। ସମସ୍ତଙ୍କ ସାମ୍ନାରେ ଭାରତ ବିଜୟ ହାସଲ କରିଛି। ଚଳିତ ବିଶ୍ୱକପରେ ଏହା ଭାରତର ହ୍ୟାଟ୍ରିକ ବିଜୟ। ଏହି ବିଜୟ ସହ ଦଳ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ମଧ୍ୟ ପହଞ୍ଚି ଯାଇଛି।ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୨.୫ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୯୧ ରନ କରିଥିଲା। ଭାରତ ପାଇଁ ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏ ୱିକେଟ ନେଇଛନ୍ତି।୧୯୨ ରନର ଛୋଟିଆ ଟାର୍ଗେଟକୁ ପିଛା କରୁଥିବା ଭାରତ ୧୨୭ ବଲ ପୂର୍ବରୁ ମାତ୍ର ୩ ୱିକେଟ ହରାଇ ଏହାକୁ ହାସଲ କରିନେଇଛି। ଭାରତକୁ ଜିତିବା ପାଇଁ ୧୨୮ ବଲରେ ୪ ରନର ଆବଶ୍ୟକ ଥିବା ବେଳେ ଶ୍ରେୟସ ଆୟର ଚୌକା ମାରି ମ୍ୟାଚ୍‌ ଶେଷ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!