ପଣ୍ଡିତ୍ ଗୋପବନ୍ଧୁଙ୍କ ଭଳି ମହାମନୀଷଙ୍କ ସେବା ଓ ଆଦର୍ଶ ସମାଜର ପଥପ୍ରଦର୍ଶକ
ରାଜକନିକା,୧୪.୧୦: ରାଜକନିକା ବ୍ଲକ ଜରିସାହି କ୍ଲଷ୍ଟର କୋଠସାହି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅତ୍ୟାଧୁନିକ ବିଦ୍ୟାଳୟ ଫାଟକ, ନୂତନ ଶ୍ରେଣୀ ଗୃହ, ଅଙ୍ଗନୱାଡି ଗୃହ, ଥଣ୍ଡା ପାନୀୟ ଜଳ, ଉଜ୍ଜ୍ଵଳ ଆଲୋକୀକରଣ ଓ ଜାତିର ପିତା ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ, ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହ ସମସ୍ତ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ଶିଳ୍ପ,ଶକ୍ତି ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଉଦଘାଟନୀ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀଦେବ ପଣ୍ଡିତ୍ ଗୋପବନ୍ଧୁ ଦାଶଙ୍କ ଭଳି ମହାମନୀଷଙ୍କ ସେବା ଓ ଆଦର୍ଶ ଯୁଗଯୁଗ ଧରି ସମାଜର ପଥପ୍ରଦର୍ଶକ ହୋଇପାରିଛି ବୋଲି କହିବା ସହିତ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କୁ ଶିକ୍ଷା ଏବଂ ଶିକ୍ଷାୟତନର ଉନ୍ନତି ହିଁ ଆମ ଦେଶର ଭବିଷ୍ୟତ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ବିଧାୟକଙ୍କ ପ୍ରତିନିଧି ବରିଷ୍ଟ ବିଜେଡି ନେତା ବିକାଶ ଚନ୍ଦ୍ର ଦାସ, ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତ, ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ, ସାଂସଦଙ୍କ ପ୍ରତିନିଧି ପବିତ୍ର ରାଉତ, ରାଜକନିକା ମଣ୍ଡଳ ଶିକ୍ଷା ଅଧିକାରୀ ବାବାଜୀ ଚରଣ ବାରିକ, କଣ୍ଟପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବିଜୟାଲକ୍ଷ୍ମୀ ବେହେରା, କୋଠସାହି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିଶୋର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ । ଜରିସାହି କ୍ଲଷ୍ଟର ସିଆରସିସି ଖଗେଶ୍ୱର ପଢିହାରୀ ଅତିଥି ପରିଚୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର କୁନି କୁନି ପିଲାମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନସ ରଞ୍ଜନ ମଲ୍ଲିକଙ୍କ ସମେତ ସାମାଜିକ କର୍ମୀ ହୃଷିକେଶ ବେହେରା, ଗୋଲଖ ବିହାରୀ ମଲ୍ଲିକ ,ଭବାନୀ ଶଙ୍କର ସୂତାର, ବିଚିତ୍ରାନନ୍ଦ ବଳ, ସୁବାସ ଚନ୍ଦ୍ର ବିଶ୍ୱାଳ ଓ ଦେବେନ୍ଦ୍ର ବାରିକଙ୍କ ସହିତ ମୋ ସ୍କୁଲ କମିଟିର ସମସ୍ତ ସଭ୍ୟାସଭ୍ୟଙ୍କ ସମେତ ସମସ୍ତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |