ଆଜିଠୁ ଶକ୍ତିପୀଠରେ ଆରମ୍ଭ ହେଉଛି ନବରାତ୍ର ପୂଜା

ଭୁବନେଶ୍ବର , ୧୫ା୧୦ :  ଆଜିଠୁ ଆରମ୍ଭ ହୋଇଛି ନବରାତ୍ରୀ । ୯ ଦିନ ଧରି ମାଆ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ଶକ୍ତିପୀଠ ମାନଙ୍କରେ ଲାଗିଛି ଗହଳି । ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମାଆ ଜଗଦଜନନୀଙ୍କ ନବମୀ ପୂଜା ଅନୁଷ୍ଠିତ ହେବ । ଆ ଆଉ ମାତ୍ର କିଛି ଦିନ ପରେ ଧରାବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । ଶାରଦୀୟ ଦୁର୍ଗାପୂଜା ଅବସରରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା ।ଏହି ନଅ ଦିନ ମା’ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ତଥା ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେବେ । ଭିନ୍ନ ଭିନ୍ ବେଶରେ ଭିନ୍ନ ଭିନ୍ନ ପ୍ରକାରର ଭୋଗ ଲାଗିହେବାର ପରମ୍ପରା ରହିଛି । ପୂଜାବେଦୀରେ ଘଟ ସ୍ଥାପନ କରି ଦେବୀଙ୍କ ଆବାହନ କରାଯିବ । ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ ରହିଛି । ତେବେ ମୌସୁମୀ ପରବର୍ତ୍ତୀ ଶାରଦୀୟ ନବରାତ୍ରୀକୁ ପ୍ରାଧାନ୍ୟ ଦିଆଯାଏ ।ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରୀର ଏକ ବିଶେଷ ମହତ୍ତ୍ୱ ରହିଛି। ନବରାତ୍ରୀ ଅବସରରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଏ। ନବରାତ୍ରୀର ନଅ ଦିନ ପାଇଁ ଦେବୀ ଦୁର୍ଗାଙ୍କର ନଅ ପ୍ରକାର ପୂଜା ହୋଇଥାଏ। ମାତା ଦେବୀଙ୍କୁ ଖୁସି କରିବା ପାଇଁ ଅନେକ ଲୋକ ମଧ୍ୟ ନବରାତ୍ରୀ ସମୟରେ ଉପବାସ ପାଳନ କରନ୍ତି। ଆଶ୍ୱିନ ମାସର ଶୁକ୍ଲ ପ୍ରତିପଦାରୁ ନବରାତ୍ରୀ ଆରମ୍ଭ ହୁଏ।ଆଜି ନାରାୟଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି । ନବରାତ୍ର ପୂଜା ଦୃଷ୍ଚିରୁ ମାଆଙ୍କ ପୀଠରେ ଅଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ସେପଟେ ମାଆ ସମଲେଇଙ୍କ ପୀଠରେ ମଧ୍ୟ ଆଜିଠୁ ଆରମ୍ଭ ହେଉଛି ନବରାତ୍ର ପୂଜା । ଗତକାଲି ପରି ଆଜି ବି ଧବଳମୁଖି ବେଶରେ ଦର୍ଶନ ଦେଉଛନ୍ତି ମାଆ ସମଲେଶ୍ବରୀ । ଅଢେଇ ଦିନ ପର୍ଯ୍ୟନ୍ତ ମାଆଙ୍କୁ ଧବଳମୁଖି ବେଶ କରିବା ନେଇ ପରମ୍ପରା ରହିଛି । ଅନ୍ୟପଟେ ପୂଜା ମଣ୍ଡପରେ ମାଆଙ୍କ ମୂର୍ତ୍ତିରେ ଖଡି ଲାଗି ପରେ ଆଜିଠୁ ରଙ୍ଗକାମ କରାଯାଉଛି । ମଣ୍ଡପରେ ସାଜସଜା, ରୁପା ମେଢ ଓ ତୋରଣ କାମ ମଧ୍ୟ ଜୋରସୋରରେ ଚାଲିଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!