ଭୁବନେଶ୍ୱର,୧୫।୧୦ : ରାଜ୍ୟରେ ପ୍ରାଥମିକ କୃଷି ସମିତି ଏବଂ ବୃହତକାରୀ ବହୁମୁଖୀ ସମବାୟ ସମିତି ପେଟ୍ରୋଲ ପମ୍ପ, ଏଲପିଜି ଡିଲରସିପ ନେବା ପାଇଁ ନିଷ୍ପତ୍ତି ନେବାପରେ ବର୍ତ୍ତମାନ ଏହାକୁ ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ସାରା ରାଜ୍ୟରେ ମୋଟ ୧୦ଟି ଜିଲ୍ଲାରେ ୧୪ଟି ପ୍ରସ୍ତାବ ଦେଇଥିବା ବେଳେ ମାତ୍ର ୯ଟି କୃଷି ସମିତି ଓ ବୃହତକାରୀ ବହୁମୁଖୀ ସମବାୟ ସମିତି ପେଟ୍ରୋଲ ପମ୍ପ ପାଇଁ ଆବେଦନ କରିଛନ୍ତି । ଆବେଦନ ହସ୍ତାଗତ ହେବା ପରେ ରାଜ୍ୟର ସମବାୟ ସମିତି ରେଜିଷ୍ଟ୍ରର କାର୍ଯ୍ୟାଳୟ ଏନେଇ ତତ୍ପରତା ପ୍ରକାଶ କରିଛି ରାଜ୍ୟରେ ପ୍ରାଥମିକ କୃଷିଋଣ ସମିତି (ପାକ୍ସ) ଏବଂ ବୃହତାକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ୍) ପେଟ୍ରୋଲ ପମ୍ପ, ଏଲ୍ପିଜି ଡିଲରସିପ୍ ନେବାପାଇଁ ନିଷ୍ପତ୍ତି ହେବା ପରେ ଏନେଇ ଆଗ୍ରହ ପ୍ରକାଶ ପାଇଛି। ରାଜ୍ୟବ୍ୟାପୀ ମୋଟ ୧୦ଟି ଜିଲ୍ଲାରେ ୧୪ଟି ପ୍ରସ୍ତାବ ଆସିଥିବା ବେଳେ ୯ଟି ପାକ୍ସ ଏବଂ ଲ୍ୟାମ୍ପସ ପେଟ୍ରୋଲ ପମ୍ପ ପାଇଁ ଆବେଦନ ମଧ୍ୟ କରିଛନ୍ତି। ଉପରୋକ୍ତ ଆବେଦନ ହସ୍ତଗତ ହେବା ରାଜ୍ୟ ସମବାୟ ସମିତି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଏନେଇ ତତ୍ପରତା ପ୍ରକାଶ କରିଛି। ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟଙ୍କ ପକ୍ଷରୁ ୯ଟି ଜିଲ୍ଲାର ଡେପୁଟି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଆବେଦନ ଉପରେ ନିରୀକ୍ଷଣ କରିବାକୁ କୁହାଯାଇଛି। ନିରୀକ୍ଷଣ ପରେ ସବିଶେଷ ରିପୋର୍ଟ ହସ୍ତଗତ ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।ତେବେ କାର୍ଯ୍ୟାଳୟ ପକ୍ଷରୁ ଏହି ୯ଟି ଜିଲ୍ଲାର ଡେପୁଟି ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଆବେଦନ ଉପରେ ନିରୀକ୍ଷଣ କରିବାକୁ କୁହାଯାଇଛି । ସମସ୍ତ ନିରିକ୍ଷଣର ରିପୋର୍ଟ ହସ୍ତଗତ ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ପାକ୍ସ ଓ ଲ୍ୟାମ୍ପସଗୁଡିକ ଏଣିକି ପେଟ୍ରୋଲ ପମ୍ପ, ଏଲପିଜିର ଡିଲରସିପ ନେଇ ପାରିବେ । ତେବେ ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ ପେଟ୍ରୋଲ ପମ୍ପ ଏବଂ ଏଲପିଜି ଡିଲରସିପ ଆବଣ୍ଟନରେ ପାକ୍ସ ହୁଡିକୁ ଅଗ୍ରାଧିକାର ପ୍ରଦାନ ନେଇ ନିକଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।ଅଧିକ ନିୟୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟରେ, ପାକ୍ସ ଗୁଡିକୁ ଅଧିକ ରୋଜଗାର ପ୍ରଦାନ କରିବା, କାରବାର ବୃଦ୍ଧି , ସର୍ବୋପରେ ଗ୍ରାମୀଣ ଅର୍ଥନୀତିରେ ସୁଧାର ଆଣିବା ନିମନ୍ତେ ଏହି ସବୁ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟରେ ମୋଟ ୧୪ଟି ପାକ୍ସ ଏବଂ ଲ୍ୟାମ୍ପସ୍ ପାଖରେ ପେଟ୍ରୋଲ ପମ୍ପ ପ୍ରତିଷ୍ଠା ନେଇ ପ୍ରସ୍ତାବ ଆସିଥିବା ବେଳେ କେବଳ ୯ଟି ପ୍ରସ୍ତାବ ଆବେଦନ ହୋଇଥିବାର ଜଣାପଡିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |