ଜେରୁଜେଲମ୍ ,୧୫।୧୦: ଇସ୍ରାଏଲ୍ ଉପରେ ଆକ୍ରମଣର ନେତୃତ୍ୱ ନେଉଥିବା ହମାସ୍ର ନୁଖ୍ବା ୟୁନିଟ୍ କମାଣ୍ଡର ଅଲି କାଦି ଇସ୍ରାଏଲୀ ସେନାର ଡ୍ରୋନ୍ ଆକ୍ରମଣରେ ନିହତ ହୋଇଛନ୍ତି। ଗତ ୭ ତାରିଖରେ ଅଲି ନିହତ ହୋଇଥିବା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ (ଆଇଡିଏଫ୍ ) ଏବଂ ଆଇଏସ୍ଏ ଗୋଇନ୍ଦା ତଥ୍ୟ ଆଧାରରେ ଏହାର ବାୟୁସେନା ପକ୍ଷରୁ ଉପରୋକ୍ତ ସୂଚନା ଦିଆଯାଇଛି। ଶୁକ୍ରବାର ଆଇଡିଏଫ୍ ସ୍ଥଳଭାଗରେ ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ଉତ୍ତର ଗାଜା ଷ୍ଟ୍ରିପ୍ରୁ ୧୦ ଲକ୍ଷ ଲୋକମାନଙ୍କୁ ଦକ୍ଷିଣ ଭାଗକୁ ପଳାଇଯିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଊର୍ଦ୍ଧ୍ୱ ପାଲେଷ୍ଟିନୀୟ ଘରଦ୍ୱାର ଛାଡ଼ି ପଳାଇଗଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲୀ ସେନା ଗାଜା ଉତ୍ତର ଭାଗର ଅନେକ ଅଞ୍ଚଳରେ ଚଢ଼ାଉ ଜାରି ରଖିଛି। ଉକ୍ତ ଅଞ୍ଚଳରୁ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର ଖୋଜା ଚାଲିଛି। ଏଥିସହିତ ଦକ୍ଷିଣ ଇସ୍ରାଏଲରୁ ଅପହୃତ ହୋଇଥିବା ଲୋକମାନଙ୍କୁ ମଧ୍ୟ ଇସ୍ରାଏଲୀ ସେନା ଖୋଜୁଛି। ଗତ ସପ୍ତାହର ଆକ୍ରମଣ ବେଳେ ହମାସ୍ ଆତଙ୍କବାଦୀମାନେ ୧୫୦ରୁ ଊର୍ଦ୍ଧ୍ୱ ଇସ୍ରାଏଲୀ ଓ ବିଦେଶୀ ନାଗରିକଙ୍କୁ ଅପହରଣ କରିନେଇଥିଲେ। ମାତ୍ର ୨୦ ମିନିଟ୍ ମଧ୍ୟରେ ହମାସ୍ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ ରକେଟ୍ ମାଡ଼ କରାଯାଇଥିଲା। ଏହି ଭୟଙ୍କର ଆକ୍ରମଣର ନେତୃତ୍ବ ନେଇଥିବା ହମାସ୍ ଆତଙ୍କବାଦୀ ଗୋଷ୍ଠୀର ଦୁଇ ଜଣ ଶୀର୍ଷ କମାଣ୍ଡରଙ୍କୁ ଆଜି ଇସ୍ରାଏଲ ସେନା ନିପାତ କରିଛି । ଇସ୍ରାଏଲ ବାୟୁସେନାର ଡ୍ରୋନ୍ ଆକ୍ରମଣରେ ହମାସ୍ ଆତଙ୍କବାଦୀ ଗୋଷ୍ଠୀର ଶୀର୍ଷ କମାଣ୍ଡର ଅଲି କ୍ବାଦୀ ଏବଂ ଅବୁ ମେରାଦ ନିପାତ ହୋଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ପକ୍ଷରୁ କୁହାଯାଇଛି। କ୍ବାଦୀ ହମାସ୍ ଗୋଷ୍ଠୀର ନୁଖବା ୟୁନିଟ୍ର ମୁଖ୍ୟ କମାଣ୍ଡର ଥିଲା। ଏକ୍ସରେ ଏକ ପୋଷ୍ଟ୍ କରି ଇସ୍ରାଏଲ ବାୟୁସେନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଗାଜାରେ ହମାସ୍ ଅପରେସନ ସେଣ୍ଟର ଉପରେ ଚଢ଼ଉ ଆରମ୍ଭ କରିଥିବା ଇସ୍ରାଏଲ ସେନାର ଆକ୍ରମଣରେ ଅନ୍ୟ ଜଣେ ହମାସ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛି। ହମାସ୍ ଅପରେସନ ସେଣ୍ଟରଗୁଡ଼ିକ ଉପରେ ଇସ୍ରାଏଲ ସ୍ଥଳସେନାର ଆକ୍ରମଣ ମଧ୍ୟ ଆରମ୍ଭ ହୋଇଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |