ଜବତ ମଦ ଓ ବାଣ ଚୋରା ଚାଲାଣ କରୁଥିଲେ କନେଷ୍ଟବଲ

ଭୁବନେଶ୍ୱର,୧୫।୧୦:ଥାନାରେ ଜବତ ରଖାଯାଇଥିବା ବାଣ ଓ ମଦକୁ ଚୋରା ଚାଲାଣ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଜବତ ରଖାଯାଇଥିବା ବାଣ ଓ ମଦକୁ ଚୋରା ଚାଲାଣ ବେଳେ ସ୍ଥାନୀୟ ଲୋକ ଧରିଛନ୍ତି । ଏଥିସହ ଚୋରା ଚାଲାଣରେ ସାମିଲ ଥିବା କନେଷ୍ଟବଲ ଓ ହୋମଗାର୍ଡଙ୍କୁ ଅଟକ ରଖି ଏସଡିପିଓଙ୍କ ଜିମା ଦେଇଛନ୍ତି ଲୋକେ ।ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରୁ ଜବତ ବାଣ ଓ ମଦକୁ ଚୋରାଚାଲାଣ କରୁଥିବା ଅଭିଯୋଗରେ ଜଣେ ହୋମଗାର୍ଡଙ୍କ ସମେତ ୨ ଜଣ ଗିରଫ ହୋଇଛନ୍ତି। ଗିରଫ ହୋମଗାର୍ଡଙ୍କ ନାଁ ପ୍ରକାଶ ମୁଦୁଲି। ଅନ୍ୟ ଜଣଙ୍କ ହେଉଛନ୍ତି କାର ଡ୍ରାଇଭର, ଯେଉଁଥିରେ ବାଣ ଓ ମଦ ଚୋରାଚାଲାଣ ହେଉଥିଲା। ଖୋର୍ଦ୍ଧା ଏସ୍‌ଡିପିଓ ଦିଲ୍ଲୀପ ଦାସ ଏହି ସୂଚନା ଦେଇଛନ୍ତି।ଏହି ଘଟଣାରେ ବେଗୁନିଆ ଥାନାର କନଷ୍ଟେବଲ ସିଦ୍ଧେଶ୍ୱର ମହାପାତ୍ର ଓ ହୋମଗାର୍ଡ ସରୋଜ ମହାରଣାଙ୍କର ସଂପୃକ୍ତି ଥିବା ନେଇ ପ୍ରକାଶ କହିଥିଲେ ହେଁ, ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସଂପର୍କରେ କିଛି ସୂଚନା ମିଳିପାରି ନାହିଁ।ଶନିବାର ବେଗୁନିଆ ଥାନା ପୁଲିସ କଣ୍ଟାବାଡ଼ ଗାଁରେ ଏକ ବେଆଇ ବାଣ କାରଖାନାରେ ଚଢ଼ାଉ କରି ବିପୁଳ ପରିମାଣରେ ବାଣ ଜବତ କରିବା ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିପରି ବେଗୁନିଆ ଷ୍ଟାଡିୟମ ନିକଟରୁ ଏକ ମଦ ବୋଝେଇ କାର୍‌କୁ ଜବତ କରିଥିଲା। ଏହି କାର୍‌ଟି ସିରିଜ୍ ଦୁର୍ଘଟଣା ମଧ୍ୟ ଘଟାଇଥିବା ଅଭିଯୋଗ ହୋଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!