ରାଜଧାନୀର ୫ଟି ଡ୍ୟାନସ ବାରକୁ ଅବକାରୀ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୧୫ା୧୦:ରାଜଧାନୀ ଭୁବନେଶ୍ୱରରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲୁଛି ବାର୍‌। ଆଉ ପୂଳା ପୂଳା ଟଙ୍କା ଉଡୁଥିବା ଅଭିଯୋଗ ହେଉଥିଲା। ଏପରିକି କେତେକ ସ୍ଥାନରେ ରାତି ସାରା ବାର୍‌ ଖୋଲା ରହୁଥିବା ଓ ନଗ୍ନ ନୃତ୍ୟ ପରିବେଷଣ କରାଯାଉଥିବା ନେଇ କିଛି ବାର୍‌ ଡ୍ୟାନ୍ସର ଅଭିଯୋଗ କରିଥିଲେ। ଯାହାକୁ ନେଇ ତତ୍ପର ହୋଇଛି କମିଶନରେଟ୍‌ ପୁଲିସ ଓ ଅବକାରୀ ବିଭାଗ। ରାତି ଅଧିଆ ଯାଞ୍ଚ ପରେ ଆଜି ଭୁବନେଶ୍ୱରରେ ୫ ଡ୍ୟାନ୍ସ ବାର୍‌କୁ କାରଣ ଦର୍ଶାଅ ନୋଟିସ କରାଯାଇଛି। କଟକ ରୋଡ୍‌ରେ ଥିବା ୫ଟି ବାର୍‌କୁ ଅବକାରୀ ବିଭାଗର ନୋଟିସ୍ କରିଛି। ବାର୍‌ରେ ଟଙ୍କା ଉଡ଼ାଉଥିବା ପ୍ରମାଣ ପରେ ସୋ’ କଜ୍‌ ନୋଟିସ୍ କରାଯାଇଛି|ଟି ଡ୍ୟାନସ ବାରକୁ ଅବକାରୀ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ । କଟକ ରୋଡରେ ଥିବା ପେଣ୍ଟାଗନ, ଆଲିଶାନ, ମହାନ୍ତି ବାର, ଏକାମ୍ର ବାର, ଦିପାଳି ବାରକୁ କାରଣ ଦର୍ଶାଅ ନୋଟିସ । ନିୟମ ଉଲଙ୍ଘନ କରି ଟଙ୍କା ଉଡାଉଥିବା ନେଇ ପ୍ରମାଣ ପାଇଛି ଅବକାରୀ ବିଭାଗ । ପୋଲିସ ଚଢ଼ାଉ ପରେ ଏବେ ନାଇଟ କ୍ଳବ୍, ପବ ଉପରେ ଜୋରଦାର ଚଢାଉ ହେବ । ଆଇନ୍ ଉଲଙ୍ଘନ କରୁଥିଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ଆବଶ୍ୟକ ସ୍ଥଳେ ଲାଇସେନ୍ସ ହେବ ରଦ୍ଦ । ସେପଟେ ଗତକାଲି ବିଳମ୍ବିତ ରାତିରେ ମଧ୍ୟ ବିଭିନ୍ନ ବାର ପବରେ ଚଢ଼ାଉ କରାଯାଇଛି । ଆଗକୁ ମଧ୍ୟ ବେଫିକର ରାତି ତମାମ ଚାଲୁଥିବା ବାର ପବରେ ଚଢ଼ାଉ ଜାରି ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!