ନୂଆଦିଲ୍ଲୀ,୧୫।୧୦:ଭୂମିକମ୍ପରେ ଥରିଲା ଦେଶର ରାଜଧାନୀ ଦିଲ୍ଲୀ। ଆଜି ମଧ୍ୟାହ୍ନ ୪ଟା ୮ ମିନିଟ୍ରେ ଦିଲ୍ଲୀ ଏନ୍ସିଆର୍ରେ ପୁଣି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ରେକର୍ଡ କରାଯାଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି।ଭୂମିକମ୍ପ ଝଟକାରେ ଥରିଲା ଦିଲ୍ଲୀ-ଏନସିଆର। ଦିଲ୍ଲୀ ବ୍ୟତୀତ ଗୁରୁଗ୍ରାମ ଫରିଦାବାଦ, ଗ୍ରେଟର ନଏଡା, ଗାଜିଆବାଦ ଏବଂ ନଏଡାରେ ମଧ୍ୟ ଅନୁଭୂତ ହେଲା ଭୂମିକମ୍ପ ଝଟକା। ରବିବାର ଅପରାହ୍ନ ୪ଟା ସମୟରେ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ଥିବା ଜଣାପଡ଼ିଛି । ଭୂମିକମ୍ପର କେନ୍ଦ୍ର ହରିୟାଣାର ଫରିଦାବାଦଠାରୁ ୯ କିଲୋମିଟର ଦୂରରେ, ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଥିବା ଜଣାଯାଇଛି । ଭୂମିକମ୍ପ ଝଟକା ଅନୁଭୂତ ହେବା ଫଳରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |