ଓ୍ବାଶିଂଟନ୍,୧୫।୧୦: ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଉଦ୍ଘାଟନୀ ସମାରୋହରେ ୫୦୦ରୁ ଅଧିକ ଭାରତୀୟ-ଆମେରିକୀୟ, ଭାରତୀୟ ଓ ଅନ୍ୟ ଦେଶର ବହୁ ଲୋକ ଯୋଗ ଦେଇଥିଲେ। ୧୯ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିର ଉଦ୍ଘାଟନୀରେ ଉପସ୍ଥିତ ସମସ୍ତ ଲୋକ ଜୟ ଭୀମ କହି ସ୍ଲୋଗାନ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |