ହମାସ୍‌-ଇସ୍ରାଏଲ ଯୁଦ୍ଧକୁ ଡେଇଁବ ଇରାନ : ଆକ୍ରମଣ ବନ୍ଦ ନେଇ ଇସ୍ରାଏଲକୁ ଦେଲା ଚେତାବନୀ

ତେଲ୍‌ ଆଭିଭ୍‌ ,୧୫।୧୦ : ହମାସ୍‌ ବିରୋଧୀ ଲଢେଇକୁ ନେଇ ଇସ୍ରାଏଲୀ ସେନା ଆହୁରି ଆକ୍ରାତ୍ମକ ହୋଇଛି।   ନବମ ଦିନରେ ପହଞ୍ଚିଛି  ଇସ୍ରାଏଲ ଓ ହମାସ ଲଢେଇ ।  ଗ୍ରାଉଣ୍ଡ ଆକ୍ସନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ ସେନା ।  ଗାଜା ପଟ୍ଟିରେ ପଶିଥିବା ଇସ୍ରାଏଲ ସେନାର ଟାଇମଲାଇନ୍ ସରିଯିବା ପରେ ଏବେ ଗ୍ରାଉଣ୍ଡରେ ଲଢେଇ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ୍ । ହମାସ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଗାଜା ଅଞ୍ଚଳରେ ରହିଥିବା ହମାସ୍‌ର ସମସ୍ତ ଆଡ୍ଡାସ୍ଥଳକୁ ଧ୍ବଂସ କରିବା ଲକ୍ଷ୍ୟରେ ଇସ୍ରାଏଲ ସେନା ଏବେ ରକ୍ତମୁଖା ହୋଇପଡ଼ିଥିଲା ବେଳେ ସେଠାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି। ଇସ୍ରାଏଲ-ଗାଜା ସୀମାରେ ଇସ୍ରାଏଲର ୩୦୦ ଟ୍ୟାଙ୍କ ସମେତ ଶତାଧିକ ଯୁଦ୍ଧ ବିମାନ ଏବଂ ହଜାର ହଜାର ସୈନ୍ୟ ଏକାଠି ହୋଇଛନ୍ତି। ବିଶେଷକରି ଗାଜା ଅଞ୍ଚଳରୁ ଇସ୍ରାଏଲ ଉପରେ ହମାସ୍‌ ଆଡ୍ଡାସ୍ଥଳରୁ ହେଉଥିବା ଆକ୍ରମଣକୁ ନେଇ ଇସ୍ରାଏଲୀ ସେନା ନିଶାଣ କରିବା ସହିତ ଜୋରଦାର ଆକ୍ରମଣ କରିବା ପୂର୍ବରୁ ତଲାସୀ ଆରମ୍ଭ କରିଛି। ତେବେ ଏହାରି ମଧ୍ୟରେ ହମାସ୍‌-ଇସ୍ରାଏଲ ଯୁଦ୍ଧକୁ ନେଇ ଇରାନ ଇସ୍ରାଏଲକୁ ଚେତାବନୀ ଦେଇଛି। ଇସ୍ରାଏଲର ଯୁଦ୍ଧ ଅପରାଧ ଯଦି ବନ୍ଦ ନହୁଏ ତେବେ ଏହାର ସୁଦୂରପ୍ରସାରୀ ପରିଣାମ ହେବ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇପାରେ। ଇରାନ କହିଛି ଯେ ଯଦି ଇସ୍ରାଏଲ ହମାସ୍‌ ନିୟନ୍ତ୍ରିତ ଗାଜା ଷ୍ଟ୍ରିପରେ ଗ୍ରାଉଣ୍ଡ ଆକ୍ରମଣ ଜାରିରଖିବ ତେବେ ଇରାନ ଚୁପ୍ ରହିବ ନାହିଁ ଏବଂ ଏହାର ଜବାବ ଦେବ। ଯାହା ଫଳରେ ଏହି ଯୁଦ୍ଧଆଗକୁ ଭୟଙ୍କର ରୂପ ଧାରଣ କରିପାରେ ବୋଲି କୁହାଯାଇଛି।ଅନ୍ୟପଟେ ଶନିବାରଠୁ ଗାଜାର ଘରେ ଘରେ ଇସ୍ରାଏଲୀ ସେନା ତଲାସୀ ଆରମ୍ଭ କରିଛି। ବିଶେଷକରି ହମାସ କବଜାରେ ରହିଥିବା କିଛି ବିଦେଶୀଙ୍କ ସମେତ ମୋଟ ୧୫୦ ଲୋକଙ୍କୁ ଉଦ୍ଧାର କରିବା ଲାଗି ସେନା ଉଦ୍ୟମ ଆରମ୍ଭ କରିଛି। ଏହିକ୍ରମରେ ଗତ ୨୪ ଘଣ୍ଟାରେ ଇସ୍ରାଏଲୀ ସେନା ଆକ୍ରମଣରେ ଗାଜା ଅଞ୍ଚଳରେ ୧୨୪ ଶିଶୁଙ୍କ ସମେତ ୩୨୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ପାଲେଷ୍ଟନୀୟ ନାଗରିକଙ୍କୁ ଉତ୍ତର ଗାଜା ଛାଡି ଚାଲି ଯିବାକୁ ଇସ୍ରାଏଲ ସେନା ନିର୍ଦ୍ଦେଶ ଦେଇଥିଲା। ବର୍ତ୍ତମାନ ଏହି ସମୟ ପୂରି ଆସୁଥିଲା ବେଳେ ଆଗକୁ ଇସ୍ରାଏଲ ପକ୍ଷରୁ ଟ୍ୟାଙ୍କ ଏବଂ ଯୁଦ୍ଧ ବିମାନ ଦ୍ବାରା ଗାଜା ଉପରେ ବଡ଼ ଧରଣର ଆକ୍ରମଣ କରାଯାଇପାରେ ବୋଲି ଆଶଙ୍କା ବଢିଛି। ତେବେ ଏହି ଲଢେଇରେ ପାଲେଷ୍ଟାଇନର ବିଜୟ ସୁନିଶ୍ଚିତ ବୋଲି କହି ଗାଜା ଅଞ୍ଚଳ ନ ଛାଡିବାକୁ ହମାସ ପକ୍ଷରୁ ସ୍ଥାନୀୟ ଲୋକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦିଆଯାଇଛି। ଅପରପକ୍ଷରେ ହମାସ୍‌କୁ ନିଶେଷ କରିବା ଲାଗି ପଣ କରିଥିବା ଇସ୍ରାଏଲ କୌଣସି ସ୍ଥିତିରେ ବୁଝାମଣା କରିବାକୁ ପ୍ରସ୍ତୁତ ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!