ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୧୫ା୧୦:ଡାବୁଗାଁ ବ୍ଲକରେ କଂଗ୍ରେସ କମିଟିର ସଭାପତିଙ୍କ ନେତୃତ୍ୱରେ ଆଜି ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ର ବରିଷ୍ଠ କଂଗ୍ରେସ ନେତା ମାନେ ଯଥା ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ ,ଡାବୁଗାଁ କଂଗ୍ରେସର ଦଳିତ ସଭାପତି ସାଇ ରାଜୁ ,ଵରିଷ୍ଟ କଂଗ୍ରେସ ନେତା ପ୍ରକାଶ ପଣ୍ଡା,ବଂଶୀ ମାଝୀ,ରାମିୟା ପାଣିଗ୍ରାହୀ,ଧରମ ସିଂ ପ୍ରମୁଖ ଯୋଗ ଦେଇଥିଵା ବେଳେ ବ୍ଲକର ପାଖାପାଖି 150ଜଣ କଂଗ୍ରେସ ସମର୍ଥକ ସାମିଲ ହୋଇଥିଲେ |ପ୍ରଥମେ ସମସ୍ତେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା ସାରି ସେଇଠୁ ଏକ ରାଲିରେ ବାହାରି ଥିଲା ଗ୍ରାମ ପରିକ୍ରମାପରେ ଏକ ବୈଠକର ଆୟୋଜନ କରାଯାଇଥିଲା |ଏହି ବୈଠକରେ କଂଗ୍ରେସ ଦଳ ବରିଷ୍ଠ କର୍ମୀମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତି ଶାସନକୁ ସମାଲୋଚନା କରିବା ସହ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଦଳୀୟ କର୍ମୀ ମାନଙ୍କୁ ବୁଝେଇଥିଲେ |ଯେ ପର୍ଯ୍ୟନ୍ତ ରାଜ୍ୟରେ କଂଗ୍ରେସ ସତ୍ତାକୁ ଆସିନି ସେ ପର୍ଯ୍ୟନ୍ତ ଓଡିଶାର ଉନ୍ନତି ଅସମ୍ଭବ ବୋଲି କହିଥିଲେ |ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |