୭୮ ବର୍ଷରେ ନବୀନ

ଭୁବନେଶ୍ବର,୧୬ା୧୦: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୭ବର୍ଷରେ ପଦାର୍ପଣ କରିବେ। ଏଥର କିନ୍ତୁ ନବୀନ ଜନ୍ମଦିନ ପାଳିବେନି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜଣାଇଛି। କାରଣରେ କୁହାଯାଇଛି ଯେ ଗତ ମାସ ମୁଖ୍ୟମନ୍ତ୍ରୀଙ୍କ ବଡ଼ଭଉଣୀ ଗୀତା ମେହେଟାଙ୍କ ବିୟୋଗ ଘଟିଛି। ଏଣୁ ଶୁଭେଚ୍ଛୁମାନେ ନବୀନ ନିବାସ ନଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ନବୀନଙ୍କ ଜନ୍ମଦିନ ଉପଲକ୍ଷେ ବିଜେଡିର ବିଧାୟକମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀସ୍ତରରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବାକୁ ଯୋଜନା କରିଛନ୍ତି। ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ଦଳୀୟ ନେତାମାନଙ୍କୁ କୁହାଯାଇଥିବା ଜଣାପଡ଼ିଛି। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ପୁଅ ଭାବେ ରାଜନୀତିରେ ପା‌ଦ ଦେବା ଦିନଠାରୁ ସବୁ କ୍ଷେତ୍ରରେ ସଫଳତା ସାଉଁଟି ଚାଲିଛନ୍ତି ନବୀନ। ୨୦୦୦ ମସିହା ପର୍ଯ୍ୟନ୍ତ ଜାତୀୟ ରାଜନୀତିରେ ବେଶ୍ ସକ୍ରିୟ ଥିଲେ। ଆଉ ଏହା ପରଠାରୁ ଲଗାତାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ଓଡ଼ିଶାର ଅନ୍ୟ କୌଣସି ରାଜନେତାଙ୍କ ଭାଗ୍ୟରେ ଏହା ଜୁଟିନାହିଁ। କେବଳ ସେତିକି ନୁହେଁ, ଏହି ସମୟ ମଧ୍ୟରେ ଓଡ଼ିଶାରେ ଯେଉଁ କିଛି ଉଲ୍ଲେଖନୀୟ କଥା ଘଟିଛି ତାହା ମଧ୍ୟରେ ଅନାହାରରୁ ମୁକ୍ତି ଗୋଟିଏ ବଡ଼ ​ଉପଲବ୍ଧି। ଏହି କଳଙ୍କର ଟିପାକୁ ନବୀନ ସରକାର ପୋଛିବାରେ ସକ୍ଷମ ହୋଇଛନ୍ତି। ଏହା ସହିତ ଓଡ଼ିଶା ଏବେ ଖାଦ୍ୟ ଉତ୍ପାଦନରେ ଗୋଟିଏ ବଳକା ରାଜ୍ୟ ଭାବେ ସାମ୍ନାକୁ ଆସିଛି।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସବୁଥର ପରି ଏଥର ମଧ୍ୟ ନିଜ ଜନ୍ମଦିନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ। ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁ‌େ‌ଭଚ୍ଛୁଙ୍କୁ ଅନୁରୋଧ କରିଛନ୍ତି। କେବଳ ଏବର୍ଷ ନୁହେଁ ୨୦୧୭ ମସିହା ପରଠାରୁ ବିଭିନ୍ନ କାରଣରୁ ନବୀନ ନିଜ ଜନ୍ମଦିନ ପାଳନ କରିନାହାନ୍ତି। ଗତବର୍ଷ ମଧ୍ୟ ନବୀନ ତାଙ୍କ ଜନ୍ମଦିନ ପାଳନ କରିନଥିଲେ। ଓଡ଼ିଶାକୁ ପୁଞ୍ଜି ଆଣିବାକୁ ସେ ତାଙ୍କ ଜନ୍ମଦିନରେ ହାଇଦରାବାଦ ଗସ୍ତରେ ଯାଇ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇଥିଲେ। ପ୍ରତିବର୍ଷ ଜନ୍ମଦିନ ଆସିଲେ ବିଜେଡି କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବାକୁ ଅପେକ୍ଷା କରିଥାନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମଦିନକୁ ସର୍ବଦା ନିରାଡ଼ମ୍ବର କରି ଉଦାହରଣ ସୃଷ୍ଟି କରିଛନ୍ତି। ଜନ୍ମଦିନରେ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହାକୁ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଇଥାଏ। ଏଥର ମଧ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଉଥିବା ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!