ନୂଆଦିଲ୍ଲୀ,୧୫।୧୦:ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ମଧ୍ୟରେ ଦୁଇ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ମୃତ୍ୟୁ। ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ଏହି ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ଅକ୍ଟୋବର 7 ରେ ହୋଇଥିବା ଆକ୍ରମଣରେ ହୋମ ଫ୍ରଣ୍ଟ କମାଣ୍ଡ(HFC)ର କମାଣ୍ଡର ଲେଫ୍ଟନାଣ୍ଟ ବା ମୋସେସ୍ ଅଶଦୋଦ ଏବଂ ପୁଲିସ ଅଧିକାରୀ ଇନ୍ସପେକ୍ଟର କିମ୍ ଡୋକ୍ରାକରଙ୍କ ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ଯୁଦ୍ଧରେ ନିୟୋଜିତ ଥିବା ସମୟରେ ଉଭୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଏବେ ବି ଥମିନାହିଁ । ଏହା ମଧ୍ୟରେ ଯୁଦ୍ଧରେ ଦୁଇପକ୍ଷର ମୃତ୍ୟୁସଂଖ୍ୟା ୩,୨୦୦ରେ ପହଞ୍ଚିଥିବା ବେଳେ ଗାଜା ଷ୍ଟ୍ରିପରୁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏହି ଯୁଦ୍ଧ କାରଣରୁ ପାଲେଷ୍ଟାଇନର ୪ ଲକ୍ଷରୁ ଅଧିକ ଲୋକ ବାସହରା ହୋଇଯାଇଛନ୍ତି । ଇସ୍ରାଏଲର ଅନେକ ଲୋକ ଏବେ ବି ହମାସ ଦ୍ୱାରା ବନ୍ଦୀ ହୋଇ ରହିଛନ୍ତି ।ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଇସ୍ରାଏଲ ତରଫରୁ ଯୁଦ୍ଧରେ ଲଢ଼ୁଥିବା ଦୁଇଜଣ ଭାରତୀୟ ବଂଶୋଦ୍ଭବ ମହିଳା ଯବାନଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ଲେଫ୍ଟନାଣ୍ଟ ଓ ମୋସେସ ହୋମ ଫ୍ରଣ୍ଟ କମାଣ୍ଟ ଏବଂ ଅନ୍ୟ ଜଣେ କିମ ଡୋକ୍ରାକର ବର୍ଡର ପୋଲିସ ଅଫିସରେ ମୁତୟନ ହୋଇଥିଲେ । ଅକ୍ଟୋବର ୭ ତାରିଖରେ ହମାସ ଆକ୍ରମଣ କରିବା ପରେ ଦକ୍ଷିଣ ଇସ୍ରାଏଲରେ ଏହି ଦୁଇ ଯବାନ ଡ୍ୟୁଟି କରୁଥିଲେ ।ଦୁଇ ମହିଳା ଯବାନଙ୍କ ମୃତ୍ୟୁ ନେଇ ଇସ୍ରାଏଲ ସେନା ଓ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |