ବିଦେଶରେ ୩୫  ଶ୍ରମିକ ଫସିରହିବା ଘଟଣା, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷପ ପରେ ଆଜି ଘରକୁ ଫେରିବେ  ଶ୍ରମିକ

ରାଜକନିକା,୧୬/୧୦ : ଦକ୍ଷିଣ-ପୂର୍ବ ଏସିଆର ଲାଓସ୍‌ରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳ ୩୫ ଜଣ ଶ୍ରମିକ ଫସିରହିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିଥିଲେ । ଫସିରହିଥିବା ଶ୍ରମିକମାନଙ୍କୁ  ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ  ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରମ କମିଶନର ଲାଓସ୍‌ରେ ଭାରତୀୟ ଦୂତାବାସ ସହ ଏହି ପ୍ରସଙ୍ଗରେ କଥା ହୋଇଥିଲେ l ଏହି ପ୍ରସଙ୍ଗରେ ଓଡିଶା ପରିବାରର ନିର୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ନିର୍ଦେଶ କ୍ରମେ ଓଏସଡ଼ି ପ୍ରିତିଶ ପଣ୍ଡା ଫସି ରହିଥିବା ଶ୍ରମିକଙ୍କ ଓ କମ୍ପାନୀର ମାଲିକଙ୍କ ସହିତ ଆଲୋଚନା କହିଥିଲେ l ସୋମବାର ଦିନ ରାତି ୧୨. ୪୫ ମିନିଟ ସମୟରେ ସେଠାରୁ ସ୍ଵଦେଶ ଫେରିବେ ବୋଲି ଜଣାପଡିଛି।  ଜଗନ୍ନାଥ ପ୍ରଧାନ, ହରିହର ପଲାଇ, ମଜବୁଲା ଖାନ, ପରବେଶ ପ୍ରସାଦ, ଭରତ ବେହେରା, ବସନ୍ତ ଜେନା, ତରୁଣ ବାରିକ, ବିଶ୍ୱନାଥ ପ୍ରଧାନ, ରଞ୍ଜନ ନାୟକ ଓ ଗଜେନ୍ଦ୍ର ମଲ୍ଲିକ ଏହି ଦଶ ଜଣ ଶ୍ରମିକ ଲାଓସ ଦେଶରୁ ନିଜ ଘରକୁ ପ୍ରଥମ ପର୍ଯ୍ୟାୟରେ ଫେରିବେ l ଏମାନେ କଲିକତା ବିମାନ ବନ୍ଦରରେ ପହଞ୍ଚିବେ l ସେଠାରୁ ନିଜ ଘରକୁ ଫେରିବା ଲାଗି କମ୍ପାନୀ ପକ୍ଷରୁ ତିରିଶ ଡଲାର ଦେଇଛନ୍ତି l ଅନ୍ୟ ୨୫ ଶ୍ରମିକ ମାନଙ୍କର ଭିସାର ସମୟ ସରି ଯାଇଛି। କିନ୍ତୁ କମ୍ପାନୀ କତୃପକ୍ଷ ସାତ ଦିନ ଭିତରେ ଅନ୍ୟ ଶ୍ରମିକ ମାନଙ୍କୁ ଘରକୁ ପଠାଇ ଦିଆଯିବ ବୋଲି କମ୍ପାନୀ କତୃପକ୍ଷ କହିଥିବାର ସୂଚନା ଦେଇଛନ୍ତି ଓଡିଶା ପରିବାରର ଓଏସଡ଼ି ଶ୍ରୀ ପଣ୍ଡା l  ଏହା ସହ ଶ୍ରମିକ ମାନଙ୍କର ଖାଇବାର ଅସୁବିଧା ତୁରନ୍ତ ଦୂରକରିବାକୁ କମ୍ପାନୀ କତୃପକ୍ଷକଙ୍କ ସହ ମଧ୍ୟ କଥା ହୋଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି l କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ ୩୫ ଜଣ ଶ୍ରମିକ ରୋଜଗାର ଅନ୍ଵେଷଣରେ ଦକ୍ଷିଣ-ପୂର୍ବ ଏସିଆର ଲାଓସ୍ ଦେଶକୁ ଯାଇଥିଲେ। ସେଠାକାର ଆଟାପେୟୁ ପ୍ରୋଭିନ୍ସରେ ଥିବା ଏକ ପ୍ଲାଏଉଡ୍ କାରଖାନାରେ ସେମାନେ କାମ କରୁଥିଲେ । ତେବେ ଠିକାଦାର ଚୁକ୍ତି ଖିଲାପ କରି ସେମାନଙ୍କୁ ଅଧିକ ସମୟ ଖଟାଉଥିବା ବେଳେ ଖାଇବା ପିଇବାକୁ ଠିକ୍ ସମୟରେ ଦେଇନଥିଲେ । ଏପରିକି ଚୁକ୍ତି ମୁତାବକ ସେମାନଙ୍କୁ ପାରିଶ୍ରମିକ ମଧ୍ୟ ମିଳିନଥିଲା । ଶ୍ରମିକମାନେ ଏହାର ପ୍ରତିବାଦ କରିବାରୁ ଗତ ୨ ମାସ ହେବ ସେମାନଙ୍କୁ ଆଦୌ ପାରିଶ୍ରମିକ ମିଳିନାହିଁ । ଅପରପକ୍ଷରେ କାରଖାନାର ମାଲିକ ସେମାନଙ୍କଠାରୁ ପାସ୍‌ ପୋର୍ଟ ଛଡ଼ାଇ ନେବା ସହ ସେମାନଙ୍କୁ କାରଖାନାରେ ନଜରବନ୍ଦୀ କରି ରଖିଥିଲେ। ଏନେଇ ଫସିରହିଥିବା ଶ୍ରମିକମାନେ ଏକ ଭିଡିଓ ଜାରି କରି ସହାୟତା ପାଇଁ ନିବେଦନ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!