୨୦୨୫ ସୁଦ୍ଧା ମହାକାଶକୁ ଯିବେ ମହାକାଶଚାରୀ

ନୂଆଦିଲ୍ଲୀ ,୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗଗନଯାନ ମିଶନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ସମୟରେ ସେ ବୈଜ୍ଞାନିକମାନଙ୍କୁ କହିଛନ୍ତି ଯେ, ୨୦୪୦ ସୁଦ୍ଧା ଭାରତ ଜଣେ ବ୍ୟକ୍ତିଙ୍କୁ ଚନ୍ଦ୍ରକୁ ପଠାଇବା ଏବଂ ୨୦୩୫ ସୁଦ୍ଧା ଏକ ସ୍ପେସ୍ ଷ୍ଟେସନ୍ ପ୍ରତିଷ୍ଠାର ଲକ୍ଷ୍ୟ ରଖିବା ଉଚିତ୍। ପ୍ରଧାନମନ୍ତ୍ରୀ ମୋଦୀ ବୈଜ୍ଞାନିକମାନଙ୍କୁ ନୂତନ ଲକ୍ଷ୍ୟ ନେଇ ଶୁକ୍ର ଅର୍ବିଟର୍ ମିଶନ୍ ଏବଂ ମଙ୍ଗଳ ଲ୍ୟାଣ୍ଡର ଉପରେ କାର୍ଯ୍ୟ କରିବାକୁ ମଧ୍ୟ କହିଛନ୍ତି।ଭାରତର ପ୍ରଥମ ମାନବଯୁକ୍ତ ସ୍ପେଶ ଫ୍ଲାଇଟ ଗଗନଯାନ ସମ୍ପର୍କରେ ଆଜି ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗଗନଯାନ ପଠାଇବା କାମ କେତେ ଦୂର ଯାଇଛି ଓ ଏହା ସହ ଜଡ଼ିତ ଅନ୍ୟାନ୍ୟ ବିଷୟବସ୍ତୁ ଗୁଡ଼ିକ ଉପରେ ସେ ସମୀକ୍ଷା କରିଛନ୍ତି। ଏଥିସହ ମହାକାଶ ଗବେଷଣା କ୍ଷେତ୍ରରେ ଭବିଷ୍ୟତ ଯୋଜନା ଗୁଡ଼ିକ ପାଇଁ ଟାର୍ଗେଟ ସେଟ୍‌ କରିଛନ୍ତି।ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଗଗନଯାନ ମିଶନ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ସମୟରେ ମହାକାଶ ବିଭାଗ ମିଶନର ଏକ ବିସ୍ତୃତ ସମୀକ୍ଷା ଉପସ୍ଥାପନ କରିଥିଲା, ଯେଉଁଥିରେ ଏପର୍ଯ୍ୟନ୍ତ ବିକଶିତ ବିଭିନ୍ନ ଟେକ୍ନୋଲୋଜି ଯେପରିକି, ମାନବ-ରେଟେଡ୍‌ ଲଞ୍ଚ୍ ଯାନ ଏବଂ ସିଷ୍ଟମ ଯୋଗ୍ୟତା ଆଦି ଅନ୍ତର୍ଭୁକ୍ତ। ପିଏମଓ ଅନୁଯାୟୀ, ହ୍ୟୁମାନ୍ ରେଟେଡ୍ ଲଞ୍ଚ୍ ଭେଇକିଲ୍(HLVM3)ର ତିନୋଟି ଅନକ୍ରୁଡ୍‌ ମିଶନ୍ ସହିତ ପ୍ରାୟ ୨୦ଟି ପ୍ରମୁଖ ପରୀକ୍ଷଣର ଯୋଜନା କରାଯାଇଛି। ବୈଠକରେ ମିଶନ ପ୍ରସ୍ତୁତିର ମୂଲ୍ୟାଙ୍କନ କରାଯାଇଥିଲା ଏବଂ ୨୦୨୫ ସୁଦ୍ଧା ଏହାକୁ ଲଞ୍ଚ୍‌ କରିବା ନେଇ ଆଲୋଚନା କରାଯାଇଥିଲା।ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ୨୦୨୫ ସୁଦ୍ଧ ଭାରତ ମହାକାଶକୁ ମହାକାଶଚାରୀଙ୍କୁ ପଠାଇବ। ଚନ୍ଦ୍ରଯାନ -୩ ଓ ଆଦିତ୍ୟ ଏଲ-୧ ମିଶନ ସଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ମହାକାଶ ବିଜ୍ଞାନୀଙ୍କ ପାଇଁ ବିଭିନ୍ନ ଟାର୍ଗେଟ ସେଟ୍‌ କରିଛନ୍ତି।ସେ ସ୍ପେଶ ବିଭାଗକୁ ୨୦୩୫ ସୁଦ୍ଧା ଭାରତର ସ୍ପେଶ ଷ୍ଟେସନ ପ୍ରତିଷ୍ଠା କରିବାକୁ କହିଛନ୍ତି। ଏଥିସହ ଚନ୍ଦ୍ରକୁ ୨୦୪୦ ସୁଦ୍ଧା ଭାରତୀୟ ମହାକାଶଚାରୀଙ୍କୁ ପଠାଇବାକୁ ମଧ୍ୟ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!