ନୂଆଦିଲ୍ଲୀ,୧।୧୧: ସିଲିଣ୍ଡର ମୂଲ୍ୟ ବୃଦ୍ଧି। ସରକାରୀ ତୈଳ କମ୍ପାନୀଗୁଡିକ ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟବସାୟିକ ଏଲପିଜି ମୂଲ୍ୟ ବୁଧବାର ୧୦୦ ଟଙ୍କା ବୃଦ୍ଧି କରିଛନ୍ତି। ଗତ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ବୃଦ୍ଧି ଘଟିଛି। ଅକ୍ଟୋବରରେ, କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜିର ମୂଲ୍ୟ ୨୦୯ ଟଙ୍କା ବୃଦ୍ଧି କରିଥିଲେ। ଏହି ବୃଦ୍ଧି ହେତୁ ସିଲିଣ୍ଡରର ମୂଲ୍ୟ ୧୭୩୧.୫୦ ଟଙ୍କା ହୋଇଥିଲା।ନଭେମ୍ବର ପହିଲାରୁ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ଦାମ ୧୦୧.୫୦ ଟଙ୍କା ବଢ଼ିଛି। ନୂଆ ରେଟ୍ ଲାଗୁ ହେବା ପରେ ଆଜିଠୁ ରାଜଧାନୀ ଦିଲ୍ଲୀରେ ଏହି ଗ୍ୟାସ୍ ସିଲିଣ୍ଡର ପିଛା ୧୮୩୩ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ତାହା ୧୭୩୧ ଟଙ୍କା ଥିଲା। ମୁମ୍ବାଇରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ଦାମ ପୂର୍ବରୁ ୧୬୮୪ ଟଙ୍କା ଥିବା ବେଳେ ଏବେ ତାହା ୧୭୮୫.୫୦ ଟଙ୍କାରେ ପହଞ୍ଚିଛି। କୋଲକତାରେ ଏହି ସିଲିଣ୍ଡର ଦାମ ପୂର୍ବରୁ ୧୮୩୯.୫୦ ଥିବା ବେଳେ ଏବେ ତାହା ୧୯୪୩ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପିଛା ପୂର୍ବରୁ ୧୮୯୮ ଟଙ୍କା ଥିବା ବେଳେ ଏବେ ତାହା ୧୯୯୯.୫୦ ଟଙ୍କାରେ ପହଞ୍ଚିଛି।ମୂଲ୍ୟରେ ନୂତନ ବୃଦ୍ଧି ପରେ ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧,୭୩୧ ରୁ ୧,୮୩୩ ଟଙ୍କାକୁ ବୃଦ୍ଧି ପାଇଛି। ଏହାର ମୂଲ୍ୟ ମୁମ୍ବଇରେ ୧,୭୮୫.୫୦ ଟଙ୍କା, କୋଲକାତାରେ ୧,୯୪୩ ଟଙ୍କା ଏବଂ ଚେନ୍ନାଇରେ ୧୯୯୯.୫୦ ଟଙ୍କା ହୋଇଛି। ଅକ୍ଟୋବରରେ, ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ମୁମ୍ବଇରେ ୧,୬୮୪ ଟଙ୍କା, କୋଲକାତାରେ ୧,୮୩୯.୫୦ ଟଙ୍କା ଏବଂ ଚେନ୍ନାଇରେ ୧,୮୯୮ ଟଙ୍କା ଥିଲା।ସେପ୍ଟେମ୍ବର ୧ରେ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରିଥିଲେ। ଏହା ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୫୨୨ ଟଙ୍କାକୁ ଖସିଥିଲା । ଅଗଷ୍ଟ ଆରମ୍ଭରେ ମଧ୍ୟ ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୯.୭୫ ଟଙ୍କା ହ୍ରାସ କରିଥିଲେ। ତେବେ କମ୍ପାନୀଗୁଡିକ ଗତ ଦୁଇ ମାସ ମଧ୍ୟରେ ଦୁଇଥର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ୯୦୩ ଟଙ୍କା ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |