ନୂଆଦିଲ୍ଲୀ,୧।୧୧: ଉତ୍ତରପ୍ରଦେଶରେ ପୁଣି ଏକ ରେଳ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦିଲ୍ଲୀର ଆନନ୍ଦବିହାର ଏବଂ ଉତ୍ତରପ୍ରଦେଶର ଗାଜିପୁର ମଧ୍ୟରେ ଯାତାୟାତ କରୁଥିବା ସୁହେଲଦେବ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଖବର ସାମ୍ନାକୁ ଆସିଛି । ତେବେ ଘଟଣାରେ କେହି ହତାହତ ହୋଇଥିବା ସୂଚନା ମିଳିନାହିଁ । ଗତ କାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ରାତି ପ୍ରାୟ ୯ଟା ବେଳେ ପ୍ରୟାଗରାଜ ନିକଟରେ ଏକ୍ସପ୍ରେସଟି ଲାଇନଚ୍ୟୁତ ହୋଇଥିଲା । ଇଞ୍ଜିନ ସହ ଟ୍ରେନର ଦୁଇଟି ବଗି ଧାରଣା ତଳକୁ ଖସିପଡ଼ିଛି । ତେବେ ଏପର୍ଯ୍ୟନ୍ତ ଏହି ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶ ପ୍ରୟାଗରାଜରେ ରେଳ ଧାରଣାରୁ ଖସିଛି ସୋହେଲ୍ ଦେବ୍ ଏକ୍ସପ୍ରେସ୍ । ଗାଜିପୁରରୁ ଆନନ୍ଦବିହାର ଅଭିମୁଖେ ଯାଉଥିବା ସୋହେଲ୍ ଦେବ ଏକ୍ସପ୍ରେସ୍ ଗତକାଲି ରାତିରେ ପ୍ରୟାଗରାଜ ଷ୍ଟେସନରୁ ଛାଡ଼ିବା ପରେ ଅଘଟଣ ଘଟିଛିା ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛିଟ୍ରେନଟି ଷ୍ଟେସନ ଛାଡ଼ିବାର କିଛି ସମୟ ପରେ ଧାରଣା ତଳକୁ ଖସିଥିଲା । ଏଥିରେ ଇଞ୍ଜିନ ସହିତ ୨ଟି ବଗି ମଧ୍ୟ ଧାରଣାଚ୍ୟୁତ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା କେହି ଆହତ ହୋଇ ନାହାନ୍ତି । ଅନ୍ୟ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇନାହିଁ ବୋଲି କହିଛନ୍ତି ଉତ୍ତର-କେନ୍ଦ୍ର ରେଳପଥ ମୁଖ୍ୟ ପିଆରଓ ହିମାଂଶୁ ଶେଖର ଉପାଧ୍ୟାୟ ।ତେବେ ଦୁର୍ଘଟଣାର କାରଣ ଜାଣିବା ପାଇଁ ପୁଲିସ ତନାଘନା ଜାରି ରଖିଛି । ଘଟଣା ସ୍ଥଳରେ ପୁଲିସ ସହ ରେଳ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ତେବେ ଟ୍ରେନର ଗତି କମ ଥିବାରୁ ଏକ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଅନୁମାନ କରାଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |