ଭୁବନେଶ୍ୱର୧।୧୧: ରାଜ୍ୟରେ ଆଜିଠାରୁ ଇକୋ ରିଟ୍ରିଟ୍ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗିବାଡ଼ି, କୋରାପୁଟ ଓ ସାତକୋଶିଆରେ ଇକୋ ରିଟ୍ରିଟ୍କୁ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ ଉଦ୍ଘାଟନ କରିବେ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ଡିସେମ୍ବର ପହିଲାରେ ସୋନାପୁର ଓ ଭିତରକନିକାରେ ଇକୋ ରିଟ୍ରିଟ୍ ଆରମ୍ଭ ହେବ । ତୃତୀୟ ପର୍ଯ୍ୟାୟରେ ଡିସେମ୍ବର ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍ର ଶୁଭାରମ୍ଭ ହେବ । ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ୍ର ୱେବସାଇଟ୍ bookodisha.com ଓ odishaecoretrets.com ବୁକିଂ ଜାରି ରହିଛି । ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ହୋଇଥିବା ଏ ଉଦ୍ୟମରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ବିଳାସପୂର୍ଣ୍ଣ କଟେଜ୍ରେ ଆରାମଦାୟକ ରହଣୀ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନପ୍ରକାର ରୋମାଞ୍ଚକର କାର୍ଯ୍ୟକଳାପର ମଜା ନେଇପାରିବେ ପର୍ଯ୍ୟଟକ। ଏହାସହ ଦେଶବିଦେଶର ପର୍ଯ୍ୟଟକମାନେ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଖାଦ୍ୟାଭ୍ୟାସକୁ ଅତି ନିକଟରୁ ଜାଣିବାର ସୁଯୋଗ ପାଇବେ। ଟ୍ରେକିଂ, ଜଙ୍ଗଲ ସଫାରୀ ଅଲ୍ ଟେରେନ୍ ଭେଇକିଲ୍(ଏଟିଭି)ରେ ଜଙ୍ଗଲ ଓ ବେଳାଭୂମିରେ ବୁଲିବା, ରାଇଫଲ୍ ସୁଟିଂ, ଆର୍ଚେରୀ, ବିଚ୍ ଭଲିବଲ, ଜେଟ୍ସ୍କି, ବାନାନା ରାଇଡ୍, ସ୍ପିଡ୍ ବୋଟ୍, ପାରାସେଲିଂ, ଇ-ବାଇସାଇକଲ୍ ଆଦିର ଭରପୂର ମଜା ନେବାର ସୁଯୋଗ ବି ମିଳିବ। କେବଳ ସେତିକି ନୁହେଁ, ଗାଇଡେଡ୍ ଟୁର୍ ସହ ଫରେଷ୍ଟ ଓ ନେଚର ଟ୍ରେଲ୍, ଭିଲେଜ୍ ୱାକ୍, ବାଲୁକା କଳା କର୍ମଶାଳା, ସମୁଦ୍ର ଓ ନଦୀଶଯ୍ୟାରେ ଯୋଗ ଏବଂ ଜୁମ୍ୱା କର୍ମଶାଳାକୁ ବି ଉପଭୋଗ କରିପାରିବେ ପର୍ଯ୍ୟଟକ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |