ନୂଆଦିଲ୍ଲୀ,୧।୧୧:ଦିଲ୍ଲୀ ଓ ମୁମ୍ବାଇରେ ହେବାକୁ ଥିବା ମ୍ୟାଚ୍ରେ ଫୁଟିବନି ବାଣ୍। ଏଭଳି କିଛି ବଡ଼ ନିଷ୍ପତ୍ତି ନେଇଛନ୍ତି ବିସିସିଆଇ। ଭାରତର ଅନେକ ସହରରେ ଏବେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିବାକୁ ଲାଗିଛି। ରାଜଧାନୀ ଦିଲ୍ଲୀରେ ଏହା ଚିନ୍ତାର ମୁଖ୍ୟ କାରଣ ପାଲଟିଛି। ଏଠି ଲୋକେ ନିଶ୍ୱାସ ନେବା ବି ମୁସ୍କିଲ ହୋଇପଡିଛି। ସେହିପରି ମୁମ୍ବାଇରେ ମଧ୍ୟ ପ୍ରଦୂଷଣ ମାତ୍ରା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ମ୍ୟାଚ୍ ବେଳେ ବାଣ ନ ଫୁଟାଇବାକୁ ନିଷ୍ପତ୍ତି ନେଇଛି। ଏନେଇ ଆଇସିସିକୁ ମଧ୍ୟ ଅବଗତ କରାଯାଇଛି। ବିସିସିଆଇ ସଚିବ ଜୟ ଶାହ କହିଛନ୍ତି, ଏହି ମାମଲାକୁ ନେଇ ଆଇସିସି ସହ ଆଲୋଚନା କରାଯାଇଛି। ଏହାପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚ୍ରେ କୌଣସି ବି ପ୍ରକାରର ବାଣ ଫୁଟିବ ନାହିଁ। କାରଣ ବାଣ ଫୁଟିବା ଦ୍ୱାରା ପ୍ରଦୂଷଣ ମାତ୍ରା ଆହୁରି ବଢ଼ିପାରେ। ପରିବେଶ ସହ ଜଡିତ ସମସ୍ୟାକୁ ନେଇ ବିଭାଗ ଚିନ୍ତିତ। ଏଥିସହ କ୍ରିକେଟପ୍ରେମୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ମଧ୍ୟ ସଜାଗ ରହିଥାଏ।ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ମୁମ୍ବାଇରେ ମୈଦାନକୁ ଓହ୍ଲାଇବ। ତେବେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପାଇଁ ମୁମ୍ବାଇରେ ଗତକାଲି ପହଞ୍ଚି ସାରିଛି ଟିମ୍ ଇଣ୍ଡିଆ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |