ମୁମ୍ବାଇ,୨ା୧୧: ମହାନ୍ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ବୁଧବାର ଅନାବରଣ କରାଯାଇଛି।ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ଏକ ପ୍ରତିମୂର୍ତ୍ତି ବୁଧବାର ଓ୍ବାଙ୍ଖଡେ ଷ୍ଟାଡିୟମରେ ଉନ୍ମୋଚିତ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ପତ୍ନୀ ଅଞ୍ଜଳି ଓ ଝିଅ ସାରାଙ୍କ ସହିତ ସଚିନ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ୨୨ ଫୁଟ ଉଚ୍ଚତା ବିଶିଷ୍ଟ କାଂସ୍ୟରେ ନିର୍ମିତ ପ୍ରତିମୂର୍ତ୍ତିରେ ତେନ୍ଦୁଲକରଙ୍କୁ ଏକ ସଟ୍ ଖେଳୁଥିବା ଦେଖିବାକୁ ମିଳିଛି। ଏହି ପ୍ରତିମୂର୍ତ୍ତିକୁ ଅହମ୍ମଦନଗରର ପ୍ରଖ୍ୟାତ ଶିଳ୍ପୀ ପ୍ରମୋଦ କାମ୍ବଲେ ନିର୍ମାଣ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହି ଅବସରରେ ନିଜେ ସଚିନ ତେନ୍ଦୁଲକର, ତାଙ୍କ ପତ୍ନୀ ଅଞ୍ଜଳି ଓ ଝିଅ ସାରା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍, ଏନ୍ସିପି ନେତା ଶରଦ ପୱାର, ବିିସିସିଆଇ ଉପସଭାପତି ରାଜୀବ ଶୁକ୍ଲା, ବିସିସିଆଇ ସମ୍ପାଦକ ଜୟ ଶାହା, ମୁମ୍ବଇ କ୍ରିକେଟ୍ ଆସୋସିଏସନ୍ ସଭାପତି ଆମୋଲ କାଲେ, ସମ୍ପାଦକ ଅଜିଙ୍କ୍ୟ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |