ନବରଙ୍ଗପୁର( ମିହିର ଶଙ୍କର ପାତ୍ର) ,୨।୧୧:ରାଜ୍ୟ ସରକାର ମେଡିକାଲ ଗୁଡ଼ିକର ଉନ୍ନତି ପାଇଁ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ମେଡିକାଲରେ ଡାକ୍ତର ଅଭାବ କାରଣରୁ ରୋଗୀ ସେବା ବ୍ୟାହତ ହେଉଛି। ଏହାର ସୁଯୋଗ ନେଇ ନକଲି ଡାକ୍ତର ବା କ୍ୱାକମାନେ ଗାଁ ଗହଳିରେ ମାଳ ମାଳ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା କରୁଛନ୍ତି। ଏବେ ଗାଁ ଲୋକଙ୍କ ଭରସା ପାଲଟିଛି କ୍ୱାକ୍ଙ୍କ ଚିକିତ୍ସା। ଗାଁ ଗାଁରେ ନିଜକୁ ଡାକ୍ତର ପରିଚୟ ଦେଇ ନିଜ ନିଜର କ୍ଲିନିକ କରି ବସିଥିବା ବେଳେ କେହି ବି ମେଡିକାଲ ପାଠପଢ଼ି ନାହାନ୍ତି। ଏହିଭଳି କ୍ୱାକ୍ ବା ନକଲି ଡାକ୍ତର ବର୍ତ୍ତମାନ ଅଞ୍ଚଳରେ କାୟା ବିସ୍ତାର କରିବାରେ ଲାଗିଛନ୍ତି। ଦିନକୁ ଦିନ ବଡିବାକୁ ଲାଗିଛି ଆଦିବାସୀ ଅଞ୍ଚଳରେ କ୍ବାକ୍ଙ୍କ ଶୋଷଣ: “ନକଲି ଡାକ୍ତର ସାଜି ବୁଲୁଛନ୍ତି ଗାଁକୁ ଗାଁ’ ସବୁ ଜାଣି ଅଜଣା ସାଜୁଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ”: ଗାଁକୁ ଗାଁ ବୁଲି ନକଲି ଡାକ୍ତର ବା କ୍ବାକ୍ ବ୍ୟବସାୟୀମାନେ ରୋଗୀଙ୍କୁ ଡାକ୍ତରଙ୍କ ଭଳି ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଥଣ୍ତାକାଶଠାରୁ ଆରମ୍ଭ କରି ଝାଡ଼ା, ମ୍ୟାଲେରିଆ ହେଉ କିମ୍ବା କୌଣସି ବଡ଼ ଧରଣର ରୋଗ ହେଉ। ସ୍ବାସ୍ଥ୍ୟକେନ୍ଦ୍ର ଯାଇ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବାକୁ ପରାମର୍ଶ ଦେବା ପରିବର୍ତ୍ତେ ନିଜେ ଚିକିତ୍ସା କରୁଛନ୍ତି। ରୋଗୀଙ୍କୁ ସାଲାଇନ୍, ଇଞେକ୍ସନଠାରୁ ଆରମ୍ଭ କରି ସତମିଛ କହି ବିଭିନ୍ନ ପ୍ରକାରର ଔଷଧ ଦେଇ ଶୋଷଣ କରିବାରେ ଲାଗି ପଡ଼ିଛନ୍ତି ଏହି କ୍ବାକ୍ ଡାକ୍ତର।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଡାବୁଗାଁ ବ୍ଲକ ମେଦନା ସଦର ମହକୁମାରେ। ଏହି ଅଂଚଳରେ ଚିକିତ୍ସା ଗାଁ ଗାଁ ବୁଲି ଚିକିତ୍ସା କରୁଛି ଜଣେ ନକଲି ଡାକ୍ତର ।ସେ ବଙ୍ଗାଳି ଡାକ୍ତର ଭାବେ ନିଜର ପରିଚୟ ଦେଇ ରୋଗୀସେବା ବାହାନାରେ ଅଦିବାସୀଙ୍କୁ ଶୋଷଣ କରୁଛି।ଯଦି କୌଣସି ରୋଗୀ ଗୁରୁତର ହେବା ଜାଣିଲେ ନିଜ ଉପରୁ ଦୋଷ ଖସାଇ ଚାଲି ଯାଉଛନ୍ତି ଏମାନେ ଫଳରେ ରୋଗୀମାନେ ଭୁଲ ଚିକିତ୍ସା ପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଖାଲି ଏମାନେ ନାହିଁ ଗାଁ ଗହଳିରେ କିଛି ସରକାରୀ କର୍ମଚାରୀ ମଧ୍ୟ ନକଲି ଡାକ୍ତର ସାଜି ଚିକିତ୍ସା କରୁଥିବା ସ୍ଥାନେ ସ୍ଥାନେ ଆଲୋଚନା ହେଉଛି।ଏଠିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଜାଗ ହେବା ଆବଶ୍ୟକ ଅଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |