କୋଚିଂ ଫି ମାଗିବାରୁ ସାରଙ୍କ ପୁଅକୁ ମର୍ଡର

ଖୋର୍ଦ୍ଧା,୨।୧୧: ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁରେ ଗତକାଲି ସନ୍ଧ୍ୟାରେ ଘଟିଥିବା ହତ୍ୟାକାଣ୍ଡର ଖୁଲାସା କରିଛି ପୁଲିସ। ଟ୍ୟୁସନ ଟଙ୍କା ପାଇଁ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଡିସିପି ପ୍ରତୀକ ସିଂ କହିଛନ୍ତି ୫ ହଜାର ଟଙ୍କା ପାଇଁ ନାବାଳକ ଛାତ୍ର ସାଜିଥିଲା ହତ୍ୟାକାରୀ ।ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ନବମ ଶ୍ରେଣୀ ଛାତ୍ର ଶୁଭମ୍‌ ସ୍ୱରୂପ ପାଲଟାସିଂଙ୍କୁ ଛୁରି ଭୁଶି ହତ୍ୟା କରାଯାଇଥିଲା। ପୁଲିସ୍‌ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଯୁକ୍ତ ୨ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରିଛି। ପଚରାଉଚରା ବେଳେ ସେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଥିବା ପୁଲିସ୍‌ କହିଛି। ଅଭିଯୁକ୍ତଙ୍କ ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଜି ଏହି ହତ୍ୟାକାଣ୍ଡ ପଛର କାରଣ ବଖାଣିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ତେବେ ଏହାରି ଭିତରେ ମୃତ ଛାତ୍ରଙ୍କ ବାପା ମନୋଜ ପାଲଟାସିଂ ଡିସିପିଙ୍କ ମନ୍ତବ୍ୟକୁ ଗ୍ରହଣ କରିପାରି ନାହାନ୍ତି। ସେ କହିଛନ୍ତି, ମୋ ପୁଅକୁ ସୁପାରି ଦିଆଯାଇ ହତ୍ୟା କରାଯାଇଛି। ଏହି ଘଟଣାରେ ସିବିଆଇ ତଦନ୍ତ କରାଯାଉ ବୋଲି କହିଛନ୍ତି । ପ୍ରେସମିଟରେ ଭୁବନେଶ୍ୱର ଡିସିପି ଆହୁରି କହିଛନ୍ତି ଯେ, ହତ୍ୟା କରିଥିବା +୨ ଛାତ୍ର ଜଣକ ସେଠାରେ ଟିଉସନ୍‌ ହେଉଥିଲେ । ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ୍‌ ଫି’ ବାକି ରହିଥିଲା । ବାକି ଟଙ୍କା ଦେବାକୁ ତାକୁ ବାରମ୍ବାର ଟିଉସନ୍‌ ସାର୍ କହିଆସୁଥିଲେ । ଯାହାକୁ ନେଇ ଲଜ୍ଜିତ ହେବା ସହ ଛାତ୍ରଜଣକ ପ୍ରତିଶୋଧ ପରାୟଣ ହୋଇଥିଲା ଏବଂ ପରେ ପରେ ଏପରି କାଣ୍ଡ କରିଥିବା ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!