ଡକାୟତମାନେ ଛଡେଇ ନେଲେ ଗୋରୁ ବେପାରୀଙ୍କ ଠାରୁ 28 ଲକ୍ଷ 60 ହଜାର ଟଙ୍କା

ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୨।୧୧:- ଡାବୁଗାଁ ସାପ୍ତାହିକ ହାଟ ଚାଲିଥିବା ସମୟରେ ପ୍ରାୟ 1ଘଣ୍ଟା ସମୟରେ ଗୋଟିଏ ଅଟ ଗାଡି ଏବଂ 3ଟି ବାଇକରେ ଆସି ଡକାୟତ ମାନେ ଚାରିଛକିଆ ଗାଡିର କାଚ ଭାଙ୍ଗି ଏବଂ ଏକ ଧାରୁଆ ଖଣ୍ଡରେ ଜଣକ ଗଡରେ ଆଘାତ କରି ରକ୍ତାକ୍ତ କରିଦେଇଥିଲେ । ଏବଂ ଗୋରୁ ବେପାରୀଙ୍କ ଠାରୁ 28 ଲକ୍ଷ 60 ହଜାର ଟଙ୍କା ଛଡେଇ ନେଲେ ।ଦୁର୍ବୁତ ମାନେ ମୁହଁରେ ମାସ୍କ ପିନ୍ଧିଥିଲେ ଏବଂ ହାତରେ ଖଣ୍ଡାକତି ଧରିଥିବାରୁ ତାଙ୍କ ପାଖକୁ କେହି ଯିବା ପାଇଁ ସାହସ ମଧ୍ୟ କରିନଥିଲେ। ଏହି ଘଟଣାର କିଛି ସମୟ ପରେ ଆହତ ବ୍ୟକ୍ତିକୁ ଡାବୁଗାଁ ମେଡିକାଲ ଆଣିବା ସହ।ଗୋରୁ ବେପାରୀ ଯାଇ ଡାବୁଗାଁ ଥାନାରେ ସାପ୍ତାହିକ ହାଟ କମିଟିର ସଦର୍ଶ ମାନଙ୍କ ସହ ଯାଇ ଏଘଟଣା ବିଷୟରେ ଲିଖିତ ଭାବରେ ଜଣାଇଥିଲେ।ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରକୃତ ଘଟଣାଟି ପୋଲିସର ତଦନ୍ତ ପରେ ଜଣାପଡ଼ିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!