‘ମୁଁ ଜେଲ୍‌ ଯାଇପାରେ’: ଇଡିରେ ହାଜର ହେଲେନି କେଜ୍ରିୱାଲ୍

ଭୋପାଳ : ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନକୁ ଏଡ଼ାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମଧ୍ୟପ୍ରଦେଶରେ ରୋଡ୍‌ସୋ’ କରିଛନ୍ତି। ମଧ୍ୟପ୍ରଦେଶରେ ଆପ୍‌ ସଭାରେ କେଜ୍ରିୱାଲ କହିଛନ୍ତି, ନିର୍ବାଚନ ଫଳ ଆସିବା ସମୟରେ ସେ ଜେଲ୍‌ରେ ଥିବେ କି ନା’ ତାହା ନିଶ୍ଚିତ ନୁହନ୍ତି। କିନ୍ତୁ ସେ ଜେଲ୍‌କୁ ଆଦୌ ଭୟ କରୁନାହାନ୍ତି। ଦିଲ୍ଲୀ ଓ ପଂଜାବର ଲୋକମାନେ ଯେମିତି ଚମତ୍କାର କରି ଦେଖାଇଲେ, ମଧ୍ୟପ୍ରଦେଶର ଲୋକମାନେ ମଧ୍ୟ ଆଗାମୀ ଦିନରେ ଠିକ୍‌ ସେମିତି ଚମତ୍କାର ଦେଖାଇବେ। ଦିଲ୍ଲୀରେ ମତେ ପ୍ରତିଦିନ ଗିରଫ ଧମକ ମିଳୁଛି। ତେବେ ଆପଣ କେଜ୍ରିୱାଲଙ୍କ ଶରୀରକୁ ଗିରଫ କରିପାରିବେ, କିନ୍ତୁ ତାଙ୍କ ଚିନ୍ତାଧାରାକୁ କେମିତି ଗିରଫ କରିବେ। ଲକ୍ଷ ଲକ୍ଷ କେଜ୍ରିୱାଲଙ୍କୁ କିଭଳି ଗିରଫ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ୧୦ ବର୍ଷ ଧରି ତୁମେ କ୍ଷମତାରେ ରହିଛ। ଆଜି ଦେଶରେ ପ୍ରତି ଶିଶୁ ପଚାରୁଛନ୍ତି ଦେଶରେ କେତେ ସ୍କୁଲ୍‌ ନିର୍ମାଣ ହୋଇଛି। କାହା ପାଟି ଆପଣ ବନ୍ଦ କରିବେ ବୋଲି ଆପ୍‌ ମୁଖ୍ୟ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ହାଜର ହେବାକୁ ଇଡି ସମନ କରିଥିବାବେଳେ କେଜ୍ରିୱାଲ ହାଜର ନହୋଇ ବିଧାନସଭା ନିର୍ବାଚନ ପ୍ରଚାର ‌େ‌ବଳେ ମଧ୍ୟ ପ୍ରଦେଶରେ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି। ମଧ୍ୟପ୍ରଦେଶର ସିଙ୍ଗରୌଲିରେ ସେ ରୋଡ୍‌ସୋ କରିଛନ୍ତି। ଇଡି ସମନକୁ ଏଡ଼ାଇବା ସହିତ ଏକ ଚିଠି ଲେଖି ‌କେଜ୍ରିୱାଲ କହିଛନ୍ତି, ତାଙ୍କୁ କରାଯାଇଥିବା ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ବିଜେପି ଅନୁରୋଧରେ ଏହି ସମନ ପଠାଯାଇଛି। ସମନ ନୋଟିସ୍‌ ଫେରାଇ ନେବାକୁ କେଜ୍ରିୱାଲ ଇଡିକୁ ଚିଠି ଲେଖି ଅନୁ‌ରୋଧ କରିଛନ୍ତି। ଆପ୍‌ ମୁଖ୍ୟଙ୍କ ଅଭିଯୋଗ ଅନୁଯାୟୀ ୪ ରାଜ୍ୟରେ ତାଙ୍କୁ ନିର୍ବାଚନ ପ୍ରଚାରରୁ ଅଟକାଇବା ପାଇଁ ଇଡି ସମନ କରିଛି। ମିଳିଥିବା ସୂଚନାନୁଯାୟୀ ଇଡି କେଜ୍ରିୱାଲଙ୍କ ଚିଠିକୁ ଭଲଭାବେ ଅନୁଧ୍ୟାନ କରିବାପରେ ତାଙ୍କ ପାଖକୁ ପୁଣିଥରେ ସମନ ନୋଟିସ ପଠାଇବ। ଇଡିର ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ସଦ୍ୟ ସମନ ପଠାଇବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେ‌ବେ। ଜଣେ ବ୍ୟକ୍ତି ସର୍ବାଧିକ ୩ ଥର ପର୍ଯ୍ୟନ୍ତ ଇଡି ସମନକୁ ଏଡ଼ାଇ ପାରିବେ। ଏହାପରେ ଇଡି ଏକ ଜାମିନ ବିହୀନ ୱାରେଣ୍ଟ୍‌ ପଠାଇ ପାରିବ। ଇତିମଧ୍ୟରେ ‌କେଜ୍ରିୱାଲ ଜାମିନ ପାଇଁ ଆବେଦନ କରିପାରିବେ ଏବଂ ସମନକୁ କୋର୍ଟରେ ମଧ୍ୟ ଚ୍ୟାଲେଂଜ କରିପାରିବେ। କେଜ୍ରିୱାଲ ଇଡିକୁ ୨ ପୃଷ୍ଠାର ଚିଠି ଲେଖିଛନ୍ତି। ଆପ୍‌ ଦଳ ମଧ୍ୟ ଅଭିଯୋଗ କରିଛି ‌ଯେ କେନ୍ଦ୍ର ସରକାର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ କେଜ୍ରିୱାଲଙ୍କୁ ଗିରଫ କରିବାପାଇଁ ଚାହାନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!