ପୁରୀରେ ପ୍ରତିଷ୍ଠା ହେବ ବିପର୍ଯ୍ୟୟ ନିରୋଧୀ ଏନ୍‌ସିସି ତାଲିମ କେନ୍ଦ୍ର

ଭୁବନେଶ୍ବର : ପୁରୀରେ ବିପର୍ଯ୍ୟୟ ନିରୋଧୀ ଏନସିସି ତାଲିମ କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିପାଇଁ ୧ କୋଟି ୨୧ ଲକ୍ଷ ୭୩ହଜାର ୨୩୮ ଟଙ୍କା ଖର୍ଚ୍ଚ ହେବ। ଏହା ସହ ରାଉରକେଲାରେ ଏନସିସି କ୍ୟାଡେଟଙ୍କ ପାଇଁ ୪ ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚରେ ଫାଇରିଂ ରେଞ୍ଜ୍ ନିର୍ମାଣ କରାଯିବ। ସେଠାରେ କ୍ୟାଡେଟ୍‌ମାନଙ୍କୁ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଦିଆଯିବ। ଭୁବନେଶ୍ବରରେ ଥିବା ଏନସିସିର ଏୟାର ସ୍କ୍ୱାର୍ଡନ୍‌ର କାର୍ଯ୍ୟାଳୟର ମରାମତି ପାଇଁ ୧୬ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ଥିବା ଏନ୍‌ସିସି ମୁଖ୍ୟାଳୟର ଏସଓ-୧୫ କ୍ୟାମ୍ପସର ମରାମତି ପାଇଁ ୧୯ ଲକ୍ଷ ୮୭ ହଜାର ୩୪୦ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!