ନୀଳ, ନାଲି, ହଳଦିଆ ରଙ୍ଗ ମୃଦୁପାନୀୟ ନିଶାରେ ଯୁବ ପିଢ଼ି, ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ, ହେଉନି ତଦାରଖ

 ରାଜକନିକା,୩/୧୧:ଭଳିକି ଭଳି ମୃଦ୍ୟୁ ପାନୀୟ, ତାହା ପୁଣି ନୀଳ ନାଲି ହଳଦିଆ ରଙ୍ଗର ଆକର୍ଷଣୀୟ ବୋତଲରେ ଦୋକାନ ବଜାରରେ ବିକ୍ରି ହେଉଛି । ହେଲେ ଏଭଳି ମୃଦୁ ପାନୀୟ ପିଇବାକୁ ଛୋଟପିଲାମାନଙ୍କ ଠାରୁ ଯୁବବର୍ଗଙ୍କ ମଧ୍ୟରେ ରହିଛି ପ୍ରବଳ ଆଗ୍ରହ । ବଜାରକୁ ଆସୁଥିବା ପିଲାମାନେ ଏଭଳି ପାନୀୟକୁ ଅଧିକ ପସନ୍ଦ କରୁଛନ୍ତି । ବଜାରରେ ବହୁଳ ଭାବେ ବିକ୍ରି ହେଉଥିବା ଏଭଳି ମୃଦୁପାନୀୟ ସ୍ୱାସ୍ଥ୍ୟ ପକ୍ଷରେ କେତେ କ୍ଷତିକାରକ ସେ ସଂପର୍କରେ କେହି ଅବଗତ ହେଉନଥିବାର ଜଣାପଡ଼ିଛି । ଏମିତିକି ଫୁଡ଼୍ ଇନିସିପେକ୍ଟରଙ୍କ ଏହି ସବୁ ଦୃଦୁପାନୀୟ ଗୁଡ଼ିକର ମାନ ଯାଞ୍ଚ କରୁନଥିବାର ମଧ୍ୟ ଅଭିଯୋଗ ହେଉଛି । ଏହି କାରଣକୁ ଦିନକୁ ଦିନ ବିଭିନ୍ନ ବେନାମୀ କମ୍ପାନୀ ପକ୍ଷରୁ ରଙ୍ଗବେରଙ୍ଗର ମୃଦୁପାନୀୟ ତିଆରି କରି ବଜାରରେ ବିକ୍ରି କରାଯାଉଥିବାର ଜଣାପଡ଼ିଛି । ପାଟିକୁ ମିଠା, ହେଲେ ଦେହକୁ ଜହର ଭଳି ଏହି ସବୁ ପାନୀୟ ଆମ ସ୍ୱାସ୍ଥ୍ୟ ପକ୍ଷେ କେତେଯେ କ୍ଷତିକାରକ ସେ ସଂପର୍କରେ ତଦନ୍ତ କରାଯାଇପାରୁନାହିଁ । ୧୦ଟଙ୍କା ଏବଂ ୨୦ଟଙ୍କା ମୂଲ୍ୟରେ ଏଭଳି ମୃଦୁପାନୀୟ ବିଭିନ୍ନ ନାମ କରଣରେ ବଜାରରେ ବିକ୍ରି କରାଯାଉଛି । ବୋତଲ ଉପରେ ଲଗାଯାଉଥିବା କାଗଜରେ ତାରିଖ ଏବଂ ତିଆରି କରାଯାଉଥିବା କମ୍ପାନୀ ନାମକୁ ଯାଞ୍ଚ କରାଯାଉନାହିଁ । ଅଧିକ ଲାଭବାନ ଆଶାରେ ଦୋକାନୀମାନେ ଏହି ସବୁ ପାନୀୟକୁ ବିକ୍ରି କରୁଛନ୍ତି । ଅଧିକ ଲାଭବାନ ବି ହେଉଛନ୍ତି । ହେଲେ ଏହି ସବୁ ମୃଦୁପାନୀୟ ସ୍ୱାସ୍ଥ୍ୟ ପାଇଁ କେତେ ଯେ, କ୍ଷତିକାରଣ ସେ ସଂପର୍କରେ କେହି ଅବଗତ ହେଉନଥିବାର ଜଣାପଡ଼ିଛି । ଏହା ସହିତ ବିକ୍ରି ହେଉଥିବା ଏହି ସବୁ ପାନୀୟ ସ୍ୱାସ୍ଥ୍ୟ ପକ୍ଷରେ କେତେ ଉପକାରୀ ନାଁ କ୍ଷତିକାରକ ସେ ସଂପର୍କରେ କୌଣସି ତଦାରଖ କରାଯାଉନାହିଁ । ଏହି କାରଣରୁ ଯୁବବର୍ଗଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯାଉଥିବାର ଏକ ରିପୋର୍ଟରୁ ଜଣାପଡ଼ିଛି । ରାସାୟନିକ ରଙ୍ଗ କାରଣରୁ ଏହି ସବୁ ମୃଦୁ ପାନୀୟ ପାନ କଲେ କର୍କଟ ଭଳି ମାରାତ୍ମକ ରୋଗ ହେବା ନେଇ ଡ଼ାକ୍ତର ଚଣ୍ଡାଂଶୁ ସୂତାର ଆଶଙ୍କା ପ୍ରକାଶ କହିଛନ୍ତି । ଏହି ସବୁ ପାନୀୟରୁ ଯୁବପିଢ଼ି ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଦୋକାନୀଙ୍କ ଭରସା କରି ଆମ ପିଲାମାନେ ଏହି ସବୁ ମୃଦୁପାନୀୟକୁ କିଣି ପିଉଛନ୍ତି । ଆମେ କେମିତି ଜାଣିବୁକି ଏହ ସବୁ ପାନୀୟ କ୍ଷତିକାରକ ବୋଲି ଅବିଭାବକ ରଞ୍ଜନ ତରାଇ କହିଛନ୍ତି । ସେ କହିଛନ୍ତିଯେ, ସରକାରଙ୍କ ପକ୍ଷରୁ ମୃଦୁ ପାନୀୟ ସଂପର୍କରେ କୌଣସି ତଥ୍ୟ ରହୁନାହିଁ । ଦହିପାଣି, ଲେମ୍ବୁ ପାଣି ଭଳି ଦେଶୀୟ ଔଷଧୀୟ ଗୁଣଯୁକ୍ତ ପାନୀୟ ରହିଥିବା ବେଳେ ଦିନକୁ ଦିନ ଆଧୁନିକତା ନାଁରେ ବିଷ ଭଳି ପଦାର୍ଥକୁ ପାନୀୟ ଭାବେ ଗ୍ରହଣ କରାଯାଉଛି । ବିଜ୍ଞାପନ ମାଧ୍ୟମରେ ଯୁବପିଢ଼ିଙ୍କୁ ଆକୃଷ୍ଠ କରାଯାଉଛି । ହେଲେ ଏହି ସବୁ କ୍ଷତିକାରକ ପାନୀୟ ଉପରେ ପ୍ରତିବନ୍ଧକ ଲଗାଯାଇପାରୁ ନାହିଁ । ଏହି ଘଟଣା ସଂପର୍କରେ କେନ୍ଦ୍ରାପଡ଼ା ଫୁଡ଼୍ ଇନିସିପେକ୍ଟରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ମତାମତ ମିଳିପାରି ନାହିଁ । ତୁରନ୍ତ ଏହି ସବୁ ମୃଦୁ ପାନୀୟକୁ ବନ୍ଦ କରିବାକୁ ସାଧାରଣରେ ଦାବି ହେଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!