ଭୁବନେଶ୍ୱର ,୧୫।୧୧: ଖୁବଶୀଘ୍ର ରାଜ୍ୟର ସରକାରୀ ଡାକ୍ତରଖାନାର ରୂପ ବଦଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏ ବାବଦରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ରୋଗୀଙ୍କୁ ଆଉ ହସ୍ପିଟାଲ ନିକଟରେ ଲମ୍ବା ଲାଇନ୍ ଲଗାଇବାକୁ ପଡ଼ିବ ନାହିଁ । ରାଜ୍ୟର ସମସ୍ତ ପ୍ରାଥମିକ ଡାକ୍ତରଖାନା ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପର୍ଯ୍ୟାୟକ୍ରମେ ଉନ୍ନତିକରଣ କରାଯିବ ।ପ୍ରଥମ ବର୍ଷରେ ୧୪୯ଟି ସରକାରୀ ଡାକ୍ତରଖାନା ରୂପାନ୍ତର ହେବ । ସମସ୍ତ ଚିକିତ୍ସାଳୟର ବ୍ୟବସ୍ଥାକୁ ଉନ୍ନତିକରଣ ଓ ଅତ୍ୟାଧୁନିକ କରାଯିବ । ଏଥିପାଇଁ ୩୩୮୮ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ସରକାରୀ ଡାକ୍ତରଖାନାକୁ ରୂପାନ୍ତରୀକରଣ କରାଯିବ । ରୋଗୀମାନେ ଅନୁକୂଳ ପରିବେଶରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବେ । ଲାବରେଟୋରୀ ରିପୋର୍ଟ ପାଇଁ ଆଉ ଲାଇନ୍ ଲଗାଇବାକୁ ପଡ଼ିବ ନାହିଁ । ହ୍ୱାଟସଆପ ଓ ଇ-ମେଲ ଜରିଆରେ ଉକ୍ତ ରିପୋର୍ଟ ରୋଗୀଙ୍କ ନିକଟକୁ ପଠାଯିବ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏ ବାବଦରେ ବଡ଼ ନିଷ୍ପତ୍ତି ନିଆଯାଇଛି । ୫-ଟି ଆଧାରରେ ୨୦୨୩-୨୪ରୁ ୨୦୨୭-୨୮ ମଧ୍ୟରେ ୧୮୫୮ଟି ସରକାରୀ ଡାକ୍ତରଖାନା ନୂଆ ରୂପ ପାଇବ । ‘ପ୍ରତିଟି ଜୀବନ ମୂଲ୍ୟବାନ’ ଏହି ମନ୍ତ୍ରକୁ ରାଜ୍ୟ ସରକାର ମାର୍ଗଦର୍ଶିକା ଭାବେ ଗ୍ରହଣ କରିଛନ୍ତି । ୫-ଟି ଅଧିନରେ ଏକ ରୂପାନ୍ତରୀକରଣ ଯୋଜନାରେ ଚିକିତ୍ସା ପାଇଁ ଅସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନପୂର୍ବକ ଚିକିତ୍ସା ସେବା ଯୋଗାଇ ଦିଆଯିବ । ରୋଗୀଙ୍କୁ ଅନୁକୂଳ ପରିବେଶରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ‘ଆମ ହସ୍ପିଟାଲ’ ଯୋଜନା ହାତକୁ ନିଆଯାଇଛି । ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ଯିବା ଆସିବା କରିବା ପାଇଁ ପକ୍କା ରାସ୍ତା ଓ ସେଡ୍ ନିର୍ମାଣ କରାଯିବ । ଏଥିସହିତ ରୋଗୀଙ୍କୁ ବିନା ମୂଲ୍ୟରେ ପ୍ରଦାନ କରାଯାଉଥିବା ଔଷଧ ବିତରଣ କେନ୍ଦ୍ରର କାଉଣ୍ଟର ସଂଖ୍ୟା ବୃଦ୍ଧି କରାଯିବା ସହିତ ରୋଗୀ ପ୍ରତୀକ୍ଷା ସ୍ଥାନର ଉନ୍ନତିକରଣ କରାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |