ଭୁବନେଶ୍ୱର,୧୬।୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଗୁରୁବାର ଅବପାତରେ ପରିଣତ ହୋଇଛି ।ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ଆଜି ଗଭୀର ଅବପାତରେ ରୂପ ନେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଏହି ଗଭୀର ଅବପାତଟି ୬ ଘଣ୍ଟାରେ ୧୮କିମି ବେଗରେ ଉତ୍ତର- ଉତ୍ତରପୂର୍ବ ଦିଗକୁ ଗତି କରୁଛି। ଏହା ବିଶାଖାପାଟଣାରୁ ୩୮୦, ପାରାଦୀପ ଠାରୁ ୪୮୦ କିମି ଦୂରରେ ଅବସ୍ଥିତ ଅଛି। ଏହା ଉତ୍ତର- ଉତ୍ତରପୂର୍ବ ଦିଗକୁ ଗତିକରି ଅଧିକ ଘନୀଭୂତ ହେବ। ୧୮ ତାରିଖ ସକାଳେ ବାଂଲାଦେଶ ଉପକୂଳ ମୋଙ୍ଗଲା ଓ ଖେପୁପରା ମଝିରେ ଅତିକ୍ରମ କରିବ। ୧୮ ତାରିଖ ସକାଳେ ପବନର ବେଗ ସର୍ବାଧିକ ୭୫ କିମି ରହିବ।ଆଜି ଗଭୀର ଅବପାତର ରୂପ ନେବ ଅବପାତ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତ ୬ଘଣ୍ଟା ହେବ ୧୩ କିମି ବେଗରେ ଗତି କରୁଛି । ପାରାଦୀପରୁ ୪୮୦ କିମି ଦୂରରେ ଅଛି ଅବପାତ । ଉତ୍ତରକୁ ଗତି କରି ଗଭୀର ଅବପାତର ରୂପ ନେବ । ପରେ ଏହା ରିକର୍ଭ କରି ଉତ୍ତର-ଉତ୍ତରପୂର୍ବ ଦିଗ ମୁହାଁଇବ । ଆସନ୍ତାକାଲି ସକାଳେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ।ଏହାର ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ବୁଧବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ଅବପାତ ଘନୀଭୂତ ହୋଇ ୧୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ପାଶ୍ୱର୍ବର୍ତ୍ତୀ ଆନ୍ଧ୍ର ଉପକୂଳରେ ପହଞ୍ଚି ଗଭୀର ଅବପାତର ରୂପ ନେଇପାରେ । ପରେ ଏହା ଧୀରେ ଧୀରେ ଗତିପଥ ବଦଳାଇ ଉତ୍ତର, ଉତ୍ତର-ପୂର୍ବ ଦିଗରେଗତିକରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଓଡ଼ିଶା ଉପକୂଳମୁହାଁ ହେବ । ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ବିଭାଗ ସୂଚନା ଦେଇଛନ୍ତି ।୧୭ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆଇଏମ୍ଡି ଡିଜି କହିଛନ୍ତି ଯେ ଗଭୀର ଅବପାତରେ ଲଘୁଚାପ ପରିଣତ ହେଲେ ମଧ୍ୟ ଓଡ଼ିଶାକୁ ବେଶୀ ବିପଦ ନାହିଁ । ତେବେ ୩ ଜିଲ୍ଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ଆଲର୍ଟରେ ରଖାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୫ରୁ ୬୫ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |