ରାଉରକେଲା , ୧୬।୧୧:ରାଉରକେଲା କଲୁଙ୍ଗା ଶୁଭମ୍ ଇସ୍ପାତ କାରଖାନାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି।ଆହତ ଶ୍ରମିକଙ୍କୁ ରାଉରକେଲାର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଶ୍ରମିକ ଜଣଙ୍କ ହେଲେ ଚିନ୍ମୀୟ ବେହେରା। ତାଙ୍କ ଘର ଯାଜପୁର ଜିଲ୍ଲାରେ। ଦୁଇ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି।ସୂଚନା ଅନୁଯାୟୀ, ରାଉରକେଲା କୁଳାଙ୍ଗା ଶୁଭମ୍ ଇସ୍ପାତ କାରଖାନାରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି । ଗ୍ୟାସ ପାଇପ୍ ଲିକରୁ ବିସ୍ଫୋରଣ ହୋଇଛି ବୋଲି ସୂଚନା ମିଳିଛି । ମୃତ ଶ୍ରମିିକ ଜଣକ ଯାଜପୁରର ବୋଲି ଜଣାପଡିଛି ।କାରଖାନାରେ ବିସ୍ଫୋରଣ ଘଟିବା ପରେ ସଂଗେ ସଂଗେ ଅଗ୍ନିଶମ ବାହିନୀଙ୍କୁ ଡକାଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି । ଏହାପରେ ନିଆଁରେ ଫଶିରହିଥିବା ୩ଜଣଙ୍କୁ ଉଦ୍ଧାର କରାଯାଇଛି । ଏଥିରେ ଥିବା ଦୁଇ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |