କୋଲକାତା,୧୬।୧୧: ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ଗୁରୁବାର କଲକାତାର ଇଡେନଗାର୍ଡେନରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଅଷ୍ଟ୍ରେଲିଆ ନବମ ଓ ଦକ୍ଷିଣ ଆଫ୍ରିକା ପଞ୍ଚମ ଥର ଲାଗି ସେମିଫାଇନାଲ ଖେଳିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଦୁଇ ଦଳ ସେମିଫାଇନାଲରେ ତୃତୀୟ ଥର ଲାଗି ମୁହାଁମୁହିଁ ହେବେ। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଲାଗି ଫାଇନାଲ ଖେଳିବାକୁ ଆଶା ବାନ୍ଧିଥିବାବେଳେ ଅଷ୍ଟ୍ରେଲିଆ ସପ୍ତମ ଥର ଲାଗି ଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖିଛି। ବିଶ୍ବକପର ଦ୍ବିତୀୟ ସେମିଫାଇନାଲ। ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲ୍ରେ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଦକ୍ଷିଣ ଆଫ୍ରିକା। ମୁହାଁ ମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ । ଦିନ ୨ଟାରେ କୋଲକାତାର ଇଡେନଗାର୍ଡେନରେ ହେବ ମହାମୁକାବିଲା । ଲିଗ ପର୍ଯ୍ୟାୟରେ ୯ଟିରୁ ୭ଟିରେ ବିଜୟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିଲା ଦକ୍ଷିଣ ଆପ୍ରିକା । ସମାନ ସଂଖ୍ୟକ ମ୍ୟାଚ ଜିତି ତୃତୀୟ ସ୍ଥାନରେ ରହିଥିଲା ଅଷ୍ଟ୍ରେଲିଆ । ବିଶ୍ବକପରେ ଅଷ୍ଟ୍ରେଲିଆ ୫ ଥର ଟାଇଟଲ ଜିତିଥିବାବେଳେ କେବେବି ବିଶ୍ବକପ ଜିତିନି ଦକ୍ଷିଣ ଆଫ୍ରିକା । ଏଣୁ ପ୍ରଥମଥର କପ ଜିତିବାକୁ ଲକ୍ଷ୍ୟ ରଖିଛି ସାଉଥଆଫ୍ରିକା । ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ମାତ ଦେବାକୁ ପ୍ରସ୍ତୁତ ରହିଛି । ଆଜି ମ୍ୟାଚରେ ଯେଉଁଦଳ ବିଜୟୀ ହେବ ଆସନ୍ତା ରବିବାର ଫାଇନାଲରେ ସେହି ଦଳ ଭାରତ ସହ ବିଶ୍ବକପ ପାଇଁ ମୁକାବିଲା କରିବ । ଉଭୟ ଦଳ ଏବେ ଦମଦାର ଫର୍ମରେ ରହିଥିବାବେଳେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |