ଆସନ୍ତାକାଲି ଉଦ୍‌ଘାଟନ ହେବ ନନ୍ଦନକାନନ ରୋପ୍‌ ୱେ

ଭୁବନେଶ୍ୱର,୧୬।୧୧:ଦୀର୍ଘଦିନର ଅପେକ୍ଷା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଚାଲିବ ରୋପ ୱେ । ଆସନ୍ତାକାଲି ଉଦ୍‌ଘାଟନ ହେବ ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପ୍‌ ୱେ । ଆସନ୍ତାକାଲି ଅପରାହ୍ଣରେ ନନ୍ଦନକାନନ ରୋପ୍‌ ୱେକୁ ଉଦ୍‌ଘାଟନ କରିବେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ । ୧୮ ତାରିଖ ଠାରୁ ପର୍ଯ୍ୟଟକମାନେ ରୋପ୍‌ ୱେର ମଜା ନେଇପାରିବେ ।ଦୀର୍ଘଦିନର ଅପେକ୍ଷା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଚାଲିବ ରୋପ ୱେ । ପର୍ଯ୍ୟଟକମାନେ ନନ୍ଦନକାନନ, ବଟାନିକାଲ ଗାର୍ଡେନ ଚତୁପାର୍ଶ୍ଵର ମନୋଲୋଭା ପରିବେଶ ବୁଲି ମଜା ଉଠାଇବେ । ଏହା ସହିତ କାଞ୍ଜିଆ ହ୍ରଦ ଜଳ ରାଶି ସହିତ ବୋଟିଂର ଦୃଶ୍ୟ ରୋପୱେରେ ବସି ଦେଖିପାରିବେ । ପର୍ଯ୍ୟଟକ ମାନେ ଏହାର ମଜା ଉଠାଇବାକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି ।ଆସନ୍ତାକାଲି ଅପରାହ୍ଣରେ ନନ୍ଦନକାନନର ରୋପୱେ ବ୍ୟବସ୍ଥାକୁ ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ଉଦଘାଟନ କରିବେ । ଉଦଘାଟନ ହେବାର ପରଦିନ ଅର୍ଥାତ ୧୮ ତାରିଖ ଦିନ ପର୍ଯ୍ୟଟକମାନେ ରୋପୱେର ମଜା ନେଇପାରିବେ । ନନ୍ଦନକାନନରେ କେବେ ରୋପେୱ ଆରମ୍ଭ ହେବ ନେଇନେଇ ପର୍ଯ୍ୟଟକମାନେ ଉତ୍ସୁକତାର ସହ ଚାହିଁ ରହିଥିଲେ । ଏବେ ତାହା ଉଦଘାଟନ ହେବା ନେଇ ଅପଡେଟ୍ ଆସିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!