ଆସନ୍ତା ୧୯ରେ ବିଶ୍ୱକପ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଇଣ୍ଡିଆ-ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୧୭।୧୧:ଆସନ୍ତା ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚରେ ଇଣ୍ଡିଆ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ତେବେ ଭାରତ ଯେଉଁ ପ୍ରତିଶୋଧର ଅପେକ୍ଷାରେ ରହିଥିଲା ଶେଷରେ ସେହି ସମୟ ଆସି ପହଞ୍ଚିଛି । ଗତକାଲି ଦ୍ୱିତୀୟ ସେମିଫାଇନାଲରେ ସାଉଥ ଆଫ୍ରିକାକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ତେଣୁ ଦୀର୍ଘ ୨୦ ବର୍ଷ ବ୍ୟବଧାନ ପରେ ପୁଣି ଫାଇନାଲ ମ୍ୟାଚରେ ଭାରତ ସହ ପ୍ରତିଯୋଗିତା କରିବାକୁ ଯାଉଛି କଙ୍ଗାରୁ ଦଳ । ୨୦୦୩ ମସିହାରେ ବିଶ୍ୱକପ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସଂଘର୍ଷ ହୋଇଥିଲା। ବିଶ୍ୱକପ-୨୦୨୩ ପାଇଁ ସଜେଇ ହୋଇସାରିଛି ମହାମଞ୍ଚ । ପ୍ରସ୍ତୁତ ହୋଇ ସାରିଛନ୍ତି ଦୁଇ ଫାଇନାଲିଷ୍ଟ ଭାରତ ଏବଂ ଅଷ୍ଟ୍ରେଲିଆ । ଆସନ୍ତା ୧୯ ତାରିଖ ରବିବାରରେ ଫାଇନାଲ ଫାଇଟ ପାଇଁ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ଦୁଇ ସର୍ବଶ୍ରେଷ୍ଠ ଦଳ । ଭାରତର ସର୍ବବୃହତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମ୍ମଦାବାଦରେ ଖେଳାଯିବ ଏହି ଐତିହାସିକ ଫାଇନାଲ ଟୁର୍ଣ୍ଣାମେଣ୍ଟ । ତେଣୁ ୧୩ତମ ବିଶ୍ୱକପ ଫାଇନାଲ ଭଳି ଏହି ଐତିହାସିକ ମୁହୂର୍ତ୍ତରେ ସ୍ପେଶାଲ ଏୟାର ଶୋ’ କରାଯିବ ବୋଲି ଜାଣିବାକୁ ମିଳିଛି । ତେବେ ଏହି ମ୍ୟାଚରେ ଫେରିପାରନ୍ତି ଟିମ ଇଣ୍ଡିଆର ପୂର୍ବତନ ବିଶ୍ୱବିଜୟୀ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ।   ଚଳିତବର୍ଷର ବିଶ୍ୱକପ ଟିମ ଇଣ୍ଡିଆ ପାଇଁ ଖୁବ ସ୍ପେଶାଲ ରହିଛି । ଟୁର୍ଣ୍ଣାମେଣ୍ଟରେ ୧୦ଟି ମ୍ୟାଚ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଛି ରୋହିତ ସେନା । ଏହାପରେ ଦ୍ୱିତୀୟ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ଅଷ୍ଟ୍ରେଲିଆ ମଧ୍ୟ ଫାଇନାଲରେ ପହଞ୍ଚିଛି । ତେବେ ଏହି ବିଶ୍ୱକପ ଫାଇନାଲକୁ ଫେରିପାରନ୍ତି ପୂର୍ବତନ ବିଶ୍ୱବିଜୟୀ ଅଧିନାୟକ ଏମ.ଏସ ଧୋନୀ । କ୍ୟାପଟେନ୍ କୁଲ ମାହିଙ୍କ ସହିତ ପ୍ରଥମ ବିଶ୍ୱକପ ବିଜେତା କପିଲ ଦେବ ମଧ୍ୟ ଏହି ମ୍ୟାଚରେ ପଦାର୍ପଣ କରିପାରନ୍ତି । ୨୦୧୯ ବିଶ୍ୱକପ ସେମି ଫାଇନାଲ ପରେ କ୍ରିକେଟରୁ ବିଦାୟ ନେଇଥିବା ମାହିଙ୍କ ଝଲକ ପୁଣିଥରେ ବିଶ୍ୱକପରେ ଦେଖିବାକୁ ମିଳିପାରେ । ଧୋନୀଙ୍କ ଝଲକ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି କୋଟି କୋଟି ଦର୍ଶକ । ତେବେ ଏ ନେଇ କେସøଣସି ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ମାହି ଏହି ମ୍ୟାଚ ଦେଖିବା ପାଇଁ ଆସିବେ ବୋଲି ଚର୍ଚ୍ଚା ହେଉଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!