ଭୁବନେଶ୍ୱର ,୧୭।୧୧: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ବାତ୍ୟାର ରୂପ ନେଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ମିଧିଲି’। ଉତ୍ତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି । ପାରାଦୀପ ଠାରୁ ୧୯୦, ଦୀଘା ଠାରୁ ୨୦୦ କିମି ଦୂରରେ ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଛୁଇଁବ। ବିଳମ୍ବିତ ରାତି କିମ୍ବା ଭୋର୍ ସୁଦ୍ଧା ଖେପୁପରା ଉପକୂଳ ଛୁଇଁବ ବୋଳି ପାଣିପାଗ ବିଭାଗ ଆକଳନ କରିଛି। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’। ଏହା ଉତ୍ତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବାତ୍ୟା ‘ମିଧିଲି’ ପାରାଦୀପଠାରୁ ୧୯୦ କିମି ଦୂରତାରେ ଅବସ୍ଥିତ ଥିବା ବେଳେ ଦୀଘା ଠାରୁ ୨୦୦ କିମି ଦୂରରେ ରହିଛି।ବାତ୍ୟା ‘ମିଧିଲି’ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ବିଳମ୍ବିତ ରାତି କିମ୍ବା ଭୋର୍ ସୁଦ୍ଧା ବାଂଲାଦେଶର ଖେପୁପରା ଉପକୂଳ ଛୁଇଁବ।ତେବ ବାତ୍ୟା ହେଲେ ମଧ୍ୟ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ। ବାତ୍ୟାଟି ଓଡ଼ିଶା ଉପକୂଳରୁ ବହୁ ଦୂରରେ ବାଂଲାଦେଶ ଆଡ଼କୁ ମୁହାଁଇବ। ଏଥିପାଇଁ ରାଜ୍ୟର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ କାଁ ଭାଁ ବର୍ଷାକୁ ଛାଡ଼ି ଦେଲେ ଏହା ନିଷ୍ପ୍ରଭ ରହିବ।ଏହା ପ୍ରଭାବରେ ଓଡ଼ିଶାର ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |