ଭୁବନେଶ୍ୱର,୧୭।୧୧: କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଲାଗିଛି ରୋକ । ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର କରିବା ପାଇଁ ହୋଇଥିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ଗତ କ୍ୟାବିନେଟ ବୈଠକରେ ଏ ନେଇ ଜନଜାତିଙ୍କୁ ଅନୁମତି ମିଳିଥିବା ବେଳେ ବର୍ତ୍ତମାନ ଏହାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଅନୁସୂଚିତ ଜନଜାତିଙ୍କ ଜମି କିଣାବିକା କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ରାଜସ୍ୱ ସୁଦାମ ମାର୍ଣ୍ଡି। ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଗତ ୧୪ ତାରିଖରେ ହୋଇଥିବା କ୍ୟାବିନେଟ ବୈଠକରେ ଅନୁସୂଚିତ ଜାତିଙ୍କ ଜମି କିଣାବିକା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା ।ଜମି ହସ୍ତାନ୍ତରକୁ ନେଇ ଅନେକ ବାଦ ବିବାଦ ସୃଷ୍ଟି ହେବା ପରେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ସରକାର । ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏ ନେଇ ଏକ୍ସରେ ସୂଚନା ଜାରି କରିଛନ୍ତି ।ନଭେମ୍ବର ୧୪ ତାରିଖରେ ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର କରିବା ନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀଙ୍କ ପିକ୍ଷରୁ ବିରୋଧ କରାଯାଇଥିଲା । ଏହାପରେ କ୍ୟାବିନେଟର ଜମି ହସ୍ତାନ୍ତର ନିଷ୍ପତ୍ତିକୁ ନେଇ ଅନେକ ବାଦ ବାଦ ସୃଷ୍ଟି ହୋଇଥିଲା । ବିବାଦ ବଢିବା ପରେ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ଜମି ହସ୍ତାନ୍ତର କରିବା ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ନୂଆ ନିଷ୍ପତ୍ତିକୁ ନେଇ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଜାରି କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |