ନୂଆଦିଲ୍ଲୀ,୧୭।୧୧:ଛତିଶଗଡ଼ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୭୦ଟି ଆସନ ପାଇଁ ମତଦାନ ଚାଲିଛି। ମଧ୍ୟପ୍ରଦେଶ, ଛତିଶଗଡ଼ ବିଧାନସଭା ପାଇଁ ହୋଇଛି ମତଦାନ । ମଧ୍ୟପ୍ରଦେଶର ସମସ୍ତ ୨୩୦ ଏବଂ ଛତିଶଗଡ଼ର ୭୦ଟି ଆସନରେ ମତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସକାଳ ୭ଟାରୁ ମଧ୍ୟପ୍ରଦେଶରେ ମତଦାନ ଆରମ୍ଭ ହୋଇଥିବା ବେଳେ ସଂଧ୍ୟ ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୯୫୮ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ୭୦ଟି ଆସନରେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୧.୬୩ କୋଟି, ସେଥିମଧ୍ୟରୁ ୮୧.୪୨ ଲକ୍ଷ ପୁରୁଷ ଭୋଟର ଏବଂ ୮୧.୭୨ ଲକ୍ଷ ମହିଳା ଭୋଟର ହୋଇଥିବାବେଳେ ୬୮୪ ଜଣ ଥାର୍ଡ ଜେଣ୍ଡର ଭୋଟର ଅଛନ୍ତି। ଅନ୍ତିମ ପର୍ଯ୍ୟାୟ ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ୧୮,୮୦୬ ମତଦାନ କେନ୍ଦ୍ର ଗଠନ କରାଯାଇଛି।ତେବେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସମେତ ମୋଟ ୯୫୮ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଉଭୟ ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ ସିା ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |