ସୁଡ଼ଙ୍ଗରେ ଫସି ରହିଛନ୍ତି ୪୦ ଶ୍ରମିକ,ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ପ୍ରୟାସ

ଡେରାଡୁନ୍‌,,୧୭ା୧୧:ଉତ୍ତରକାଶୀ ଟନେଲ୍‌ରେ ଫସି ରହିଛନ୍ତି ୪୦ ଶ୍ରମିକ  ଘଟଣା । ଟନେଲରେ ଫସିଥିବା ଜଣେ ଓଡ଼ିଆଙ୍କ ଆସିଲା ପ୍ରଥମ ମେସେଜ୍‌ । ଫସିଥିବା ମୟୂରଭଞ୍ଜର ଧୀରେନ୍‌ ନାଏକଙ୍କ ମେସେଜ୍‌ ଆସିଲା । ସାଙ୍ଗରେ ଯାଇଥିବା ବେଢ଼ାକୁଦର ଅଞ୍ଚଳର କ୍ଷୀରୋଦ ନାଏକ ଧୀରେନଙ୍କ ପରିବାରକୁ ଜଣାଇଲେ । ଲାଗିଥିବା ସ୍ଵତନ୍ତ୍ର ପାଇପ୍‌ ଯୋଗେ ଧୀରେନ୍‌ କଥା ହୋଇଥିବା ଜଣାପଡ଼ିଛି । ଟନେଲ୍‌ ଭିତରେ ସମସ୍ତେ ଭଲରେ ଅଛୁ ବୋଲି ଧୀରେନ୍‌ କହିଥିବା କହିଲେ । ୪୦ ଜଣଙ୍କ ମଧ୍ୟରେ ଆମେ ୫ ଓଡ଼ିଆ ଭଲରେ ଅଛୁ ବୋଲି କହିଛନ୍ତି । ଅନ୍ୟ କିଛି ଲୋକଙ୍କ ଦେହ ସାମାନ୍ୟ ଖରାପ ଅଛି, ଯିବାକୁ ବ୍ୟସ୍ତ ହେଉଛନ୍ତି ବୋଲି କହିଲେ ।ଉତ୍ତରକାଶୀର ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ରୁହେଲା କହିଛନ୍ତି ଯେ, ଫସି ରହିଥିବା ଶ୍ରମିକମାନେ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ପାଇପ ମାଧ୍ୟମରେ ଅମ୍ଳଜାନ, ମେଡିସିନ୍, ଖାଦ୍ୟ ଏବଂ ଜଳ ଯୋଗାଇ ଦିଆଯାଉଛି । ସେ କହିଛନ୍ତି ଯେ, ସେମାନଙ୍କ ମନୋବଳ ବଜାୟ ରଖିବା ପାଇଁ ସେମାନଙ୍କ ସହ ନିରନ୍ତର କଥାବାର୍ତ୍ତା କରାଯାଉଛି ।ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ପରେ ଏହା ତଳେ ଫସିରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ୬ ଦିନ ହେଲା ଉଦ୍ୟମ ଜାରି ରହିଛି। ସୁଡ଼ଙ୍ଗ ଭିତରୁ ଉଦ୍ଧାର ପାଇଁ ଶ୍ରମିକମାନେ ନିବେଦନ କରୁଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରାଇବା ପାଇଁ ଆମେରିକାର ସ୍ବତନ୍ତ୍ର ମେଶିନ୍‌ ପହଞ୍ଚତ୍ଛି। ଏହା ୭୦ ମିଟର ଗଭୀର ପର୍ଯ୍ୟନ୍ତ ପଥରକୁ କାଟିପାରିବ ବୋଲି ଆଶା କରାଯାଉଛି। ଏହା ଘଣ୍ଟାକୁ ୫ ମିଟର ଗଭୀର ପର୍ଯ୍ୟନ୍ତ ଖୋଳିବାକୁ ଥିବାରୁ ପ୍ରାୟ ୧୨ରୁ ୧୫ ଘଣ୍ଟା ମଧ୍ୟରେ ଶ୍ରମିକମାନଙ୍କ ପାଖରେ ପହଞ୍ଚିହେବ ବୋଲି ଉଦ୍ଧାରକାରୀ ଟିମ୍‌ କହିଛନ୍ତି। ଗର୍ତ୍ତ ହେବା ପରେ ତାହା ମଧ୍ୟକୁ ୮୦ ମିଲିମିଟର ଓସାରର ପାଇପ୍‌ ଭର୍ତ୍ତି କରାଯିବ। ଶ୍ରମିକମାନଙ୍କୁ ଉକ୍ତ ପାଇପ୍‌ ଦେଇ ବାହାରକୁ ଆଣିବା ଯୋଜନା ରହିଛି। ଭୂସ୍ଖଳନ ହେବାରୁ ଉଦ୍ଧାରକାରୀ ଟିମ୍‌ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଥାଇଲାଣ୍ଡର ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!