ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଆକାଶରେ ସୂର୍ଯ୍ୟକିରଣ ଟିମର ଜଲୱା

ନୂଆଦିଲ୍ଲୀ; ୧୭ା୧୧:ବିଶ୍ୱକପରେ ସୂର୍ଯ୍ୟକିରଣ ଟିମର ଜଲୱା ।  ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଆକାଶରେ ସୂର୍ଯ୍ୟକିରଣ ଟିମର ଜଲୱା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ଫ୍ଲାଏପାଷ୍ଟ କରିବ ଭାରତୀୟ ବାୟୁସେନାର ଏରୋବେଟିକ୍ ଟିମ୍ । ଆସନ୍ତା ୧୯ ତାରିଖ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍ ଫାଇଟ୍ ରହିଛି ।ଟିମ୍ ଇଣ୍ଡିଆ ଗତ ୨୦୦୩ ବିଶ୍ୱକପରେ ଅଷ୍ଟ୍ରେଲିଆ ସହ ଫାଇନାଲ୍ ମୁକାବିଲା ଖେଳିଥିଲା। ମାତ୍ର ଅଷ୍ଟ୍ରେଲିଆ ସେତେବେଳେ ଭାରତକୁ ହରାଇ ବିଶ୍ବକପ୍ ଜିତିଥିଲା । ଏଥର ମଧ୍ୟ ଫାଇନାଲରେ ଅଷ୍ଟ୍ରେଲିଆ ସହ ଭାରତ ମୁହାଁମୁହିଁ ହେବାକୁ ଯାଉଛି । ତେବେ ଏଥର ଅଷ୍ଟ୍ରେଲିଆକୁ ହରାଇ ଭାରତ ଟ୍ରଫି ଆଣୁ ବୋଲି ସମସ୍ତେ ଆଶା ରଖିଛନ୍ତି । ଏଣୁ ଭାରତର ସଫଳତା କାମନା କରି ଫାଇନାଲ ପାଇଁ ପୂଜାର୍ଚ୍ଚନା କରା ଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!